ଭାରତରେ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ଚକ୍କରରେ ପାକ୍

0 70

ଇସ୍ଲାମାବାଦ୍, ୨୦ ।୧୦ : ନିଜ ଘରକୁ ସମ୍ଭାଳିବା ତ ମୁସ୍କିଲ କିନ୍ତୁ ପଡ଼ୋଶୀଙ୍କ କିପରି ଅସୁବିଧାରେ ପକାଇହେବ ସେଥିପାଇଁ ପାକିସ୍ତାନ ସଦାସର୍ବଦା କୁଚିନ୍ତା କରିବାରେ ବ୍ୟସ୍ତ । ତାଜା ସୂଚନାରୁ ଯାହା ଜାଣିବାକୁ ମିଳିଛି ପାକିସ୍ତାନ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀଙ୍କୁ ପିଓକେ ଓ ଅନ୍ୟ ରାସ୍ତା ଦେଇ ଭାରତ ମଧ୍ୟକୁ ପ୍ରବେଶ କରାଯାଇପାରିବ ସେ ନେଇ ଚେଷ୍ଟା ଜାରି ରଖିଛି । ଏହି କାମରେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛି ପାକିସ୍ତାନ ସେନା, ଗୋଇନ୍ଦା ଏଜେନ୍ସି ଆଇଏସ୍ଆଇ । ପରନ୍ତୁ ଭାରତୀୟ ଗୋଇନ୍ଦା ବିଭାଗକୁ ଏ ସମ୍ପର୍କରେ ଯଥାପୂର୍ବରୁ ସୂଚନା ମିଳିଯାଇଛି । ଏହାପରେ ସୀମାରେ ସୁରକ୍ଷାବଳକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି । ପାକିସ୍ତାନ ଯେ କିଭଳି ଦୁର୍ଦ୍ଦନ ଅବସ୍ଥା ଦେଇ ଗତି କରୁଛି ତାହା ତାଙ୍କର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଖୋଲାଖୋଲି ବୟାନ ଦେଇସାରିଛନ୍ତି । ସେ ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି କି ଏବେ ପାକିସ୍ତାନର ଭାଗ୍ୟ ଚୀନ୍ ହାତରେ ରହିଛି । ଆନ୍ତର୍ଜାତିକ ସଂସ୍ଥା ଜଣକ ପରେ ଜଣେ ପାକିସ୍ତାନକୁ ଋଣ ଦେବାକୁ ନାରାଜ ଅଛନ୍ତି । ତା ସତ୍ତେ୍ୱ ବି ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି ଉଦ୍ୟମରେ ରହିଛି । ଆଉ କିଛିଦିନ ପରେ ଶୀତ ଋତୁ ଆରମ୍ଭ ହୋଇଯିବ । ଫଳରେ ଘାଟିରେ ଜବରଦସ୍ତ ବରଫପାତ ହେବ । ତେଣୁ ଏହାର ସୁଯୋଗରେ ପାକିସ୍ତାନ ଭାରତରେ ଆତଙ୍କବାଦୀ ପଠାଇ ଅସ୍ଥିରତା ସୃଷ୍ଟି ଉଦ୍ୟମରେ ରହିଛି । ଭାରତରେ ଗୋଇନ୍ଦା ଏଜେନ୍ସି ଆହୁରି ସୂଚନା ଦେଇଛି କି ପାକ୍ ଅଧିକୃତ କାଶ୍ମୀର ସମେତ ନିକଟବର୍ତ୍ତୀ ବହୁ ଇଲାକାରେ ପାଖାପାଖି ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି । ତେବେ ପାକିସ୍ତାନ ଏହା କରିବା ପଛରେ କାରଣ ବି ରହିଛି । ବର୍ତ୍ତମାନ ପାକିସ୍ତାନର ସ୍ଥିତି ଭଲ ନଥିବା ବେଳେ ସେଠିକାର ଲୋକଙ୍କୁ ଧ୍ୟାନଚ୍ୟୁତ କରିବା ପାଇଁ ଏଭଳି ହୀନ ଷଡ଼ଯନ୍ତ୍ର ରଚିବାରେ ପାକିସ୍ତାନ ମାହିର୍ ।

Leave A Reply

Your email address will not be published.