୨୫ବର୍ଷ ପୂରଣ କଲା ‘ଡିଡିଏଲଜେ’

0 70

ଇଣ୍ଡିଆନ୍ ସିନେମା ଇତିହାସରେ ଏଭଳି କିଛି ଫିଲ୍ମ ଅଛି ଯାହାକି ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହିପରି ଏକ ଫିଲ୍ମ ହେଉଛି ‘ଦିଲ୍ୱାଲେ ଦୁଲ୍ହନିଆ ଲେ ଯାଏଁଗେ’ । ଏହି ଫିଲ୍ମରେ ଶାହରୁଖ୍ ଖାନ୍ ଓ କାଜେଲ୍ଙ୍କ କେମିଷ୍ଟ୍ରି ଆଜି ବି ପ୍ରଶଂସକଙ୍କୁ ପାଗଳପ୍ରାୟ କରିଛି । ଚଳଚ୍ଚିତ୍ରଟି ରେକର୍ଡ ପରେ ରେକର୍ଡ କରି ଇତିହାସ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରଟିକୁ ଦର୍ଶକେ ଏତେମାତ୍ରାରେ ପସନ୍ଦ କରିଥିଲେ କି ମରାଠା ଥିଏଟର୍ସରେ ତାହା ବର୍ଷ ବର୍ଷ ଧରି ଚାଲିଥିଲା । ଏବେ ଚଳଚ୍ଚିତ୍ରଟିକୁ ୨୫ ବର୍ଷ ପୂରଣ କରିସାରିଛି । ଦୀର୍ଘ ଏତେଦିନର ଜୟଯାତ୍ରାକୁ ଚଳଚ୍ଚିତ୍ରରେ କାମ କରୁଥିବା ପ୍ରତ୍ୟେକଟି ଚରିତ୍ର ଖୁସି ମନାଉଛନ୍ତି । ଅଭିନେତା ଶାହରୁଖ୍ ଖାନ୍ ଚଳଚ୍ଚିତ୍ରରେ ରାଜ ମାଲହୋତ୍ରାର ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ଚରିତ୍ରଟି ଟିକିଏ ନଟ୍ଖଟ ଓ ପିଲାଳିଆମୀ ଥିଲା । ଫିଲ୍ମରେ ତାଙ୍କୁ ସିମରନ୍ ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଯାଇଥିଲା । ଆଉ ସିମରନ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଜଣକ ହେଉଛନ୍ତି କାଜୋଲ । ଚଳଚ୍ଚିତ୍ରଟି ୨୫ ବର୍ଷ ପୂରଣ କରିସାରିଥିବା ବେଳେ ଉଭୟ ଶାହରୁଖ୍ ଓ କାଜେଲ ଟ୍ୱିଟର ହ୍ୟାଣ୍ଡେଲରେ ନାମ ପରିବର୍ତ୍ତନ କରିଦେଇଛନ୍ତି । ଏବେ ଶାହରୁଖ୍ ନିଜ ଟ୍ୱିଟର ନାମକୁ ରାଜ ମାଲହୋତ୍ରା ରଖିଥିବାବେଳେ କାଜେଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲର ନାମ ସିମରନ୍ କରିଛନ୍ତି । ଏହାବାଦ୍ ସେମାନେ ଏକ ଭିଡିଓ ସେୟାର କରି ସେଥିରେ ନିଜର ଭାବନା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.