ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ

0 68

ରାୟଗଡା : ରାୟଗଡା ଜିଲ୍ଲାର ଗୁଡାରି ବନାଞ୍ଚଳର କଦମା ଗ୍ରାମ ପଞ୍ଚାୟତର କାର୍ଲାଗୂଡି ଗ୍ରାମରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଗୁଡାରି ରେଞ୍ଜ ଅଫିସର ସଂଘମିତ୍ରା ଭୋଇଙ୍କ ତତ୍ୱାବଧାନରେ ଜବତ କରାଯାଇଛି। ତାଙ୍କ କହିବା ଅନୁଯାୟୀ ୫୧ ସି.ଏଫ.ଟି ବିଜା କାଠ ଏବଂ ସାଳ କାଠର ସାଇଜ ପିସ ଏବଂ ପଟା ଅଭିଯୁକ୍ତଙ୍କ ଘରୁ ଜବତ କରାଯାଇଛି। ଅଭିଯୁକ୍ତ ତ୍ରିନାଥ ଜାଗାରାଙ୍ଗା  ଦୀର୍ଘଦିନ ଧରି ଚୋରା କାଠ ବ୍ୟବସାୟ କରୁଥିବା କହିଛନ୍ତି। ତ୍ରିନାଥଙ୍କ ଘରୁ ୪୫ଖଣ୍ଡ ସାଇଜ କାଠ ଏବଂ ୫୧ଗୋଟି ବିଜା ପଟା ଚଡାଉ କରୀ ଜବତ କରାଯାଇଥିବା ଗୁଡାରି ଫରେଷ୍ଟର ଗଙ୍ଗାଧର ମିଶ୍ର କହିଛନ୍ତି। 

ଏହି ଚଡାଉ କାର୍ଯ୍ୟକ୍ରମରେ ସିରିଗୁଡା ଫରେଷ୍ଟର ବରଖା ରାଣୀ ପାତ୍ର, ଫରେଷ୍ଟ ଗାର୍ଡ ପ୍ରଭାତ କୁମାର ଏବଂ ସିମାଞ୍ଚଳ ପଟନାୟକ ସହ ପାରା ଫରେଷ୍ଟ ଷ୍ଟାଫ ସନ୍ତୋଷ କୁମାର ସେଠୀ ଏବଂ ତାଙ୍କ ସହକର୍ମୀ ମାନେ ସହଯୋଗ କରିଥିଲେ।ଗୁଡାରି ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହି ରେଞ୍ଜ ରେ ଅନେକ ମୂଲ୍ୟବାନ ଓ ଔଷଧିଅ ଗଛ ଅଛି।ବର୍ତ୍ତମାନ ଏଗୁଡିକ ଧୀରେ ଧୀରେ କାଠ ମାଫିଆ ମାନଙ୍କ ନଜର  ଓ ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ସୋଇଛି।ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ କହିଛନ୍ତି।

Leave A Reply

Your email address will not be published.