ଦଳ କ୍ଷମତା ଦଖଲ କଲେ କେନ୍ଦ୍ରର ନୂଆ କୃଷି ଆଇନକୁ ଉଚ୍ଛେଦ କରିବ : କଂଗ୍ରେସ

0 58

ବିହାର ନିର୍ବାଚନ ପାଇଁ କଂଗ୍ରେସ ଓ ଏଲାଜେପିର ନିର୍ବାଚନୀ ଇସ୍ତାହାର ଜାରି

ପାଟନା, ୨୧ ।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବୁଧବାର କଂଗ୍ରେସ ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତିପତ୍ର ଜାରି କରିଛି । କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରର ନାଁ ବଦଲାବ ପତ୍ର ରଖିଥିବା ବେଳେ ଏଲଜେପି ବିହାର ଫାଷ୍ଟ, ବିହାରୀ ପାଷ୍ଟ ରଖିଛି । କଂଗ୍ରେସ ଇସ୍ତାହାର ଜାରି କରି କହିଛି ଯେ ଦଳ କ୍ଷମତା ଦଖଲ କଲେ କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ଉଚ୍ଛେଦ କରିବ । କଂଗ୍ରେସର ବିହାର ନିର୍ବାଚନ ପାଇଁ ଜାରି ଇସ୍ତାହାରରେ କୁହାଯାଇଛି ଯେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ସମ୍ମାନ ପେନସନ ନାଁରେ ଏକ ଯୋଜନା ଆସିବ । ଏହି ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୮୦୦ ଟଙ୍କା ଲେଖାଏ ଦିଆଯିବ । ସେହିପରି ୮୦ରୁ ଅଧିକ ବୟସ୍କ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏ ଦିଆଯିବ । କଂଗ୍ରେସ କହିଛି ଯେ ଆମ ବଦଲାବ ପତ୍ରରେ କୃଷି ଋଣ ଛାଡ଼, ବିଜୁଳି ବିଲ ଛାଡ଼ ଓ ·ଷୀଙ୍କ ପାଇଁ ଜଳ ସେଚନ ପାଇଁ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଯଦି କଂଗ୍ରେସ ବିହାରରେ କ୍ଷମତା ଦଖଲ କରିବ, ତା’ହେଲେ ଆମେ ପଞ୍ଜାବରେ ଯେମିତି ସ୍ୱତନ୍ତ୍ର ବିଲ୍ ଜରିଆରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରିଛୁ, ଏଠାରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଇବୁ ବୋଲି କହିଛି । ଅନ୍ୟପକ୍ଷରେ ଏଲଜେପି ତା’ର ଇସ୍ତାହାରରେ ପ୍ରଶାସନିକ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ନିର୍ମାଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିଛି । ମଦ୍ରାସା ଓ ୱାକଫ ସମ୍ପତ୍ତିର କମ୍ପ୍ୟୁଟରାଇଜଡ୍ କରାଯିବ ବୋଲି କହିଛି । ସୀତା ମା’ଙ୍କ ପାଇଁ ବିହାରର ସୀତାମାି ଜିଲ୍ଲାରେ ମନ୍ଦିର ର୍ନିମାଣ କରାଯିବ ବୋଲି ଏଲଜେପି କହିଛି । ସେହିପରି ସୀତାମାି ଠାରୁ ଉତ୍ତର ପ୍ରଦେଶର ଅଯୋଧ୍ୟା ଯାଏ ୬ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତା ବିହାର-ଉତ୍ତର ପ୍ରଦେଶ ସୀମା ଯାଏ ସଂଲଗ୍ନ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.