କରାଚିରେ “ଗୃହଯୁଦ୍ଧ’ ଆରମ୍ଭ!

0 65

ଇସଲାମାବାଦ, ୨୧ ।୧୦: ପାକିସ୍ତାନ ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ବିରୋଧରେ ଅସନ୍ତୋଷ ତେଜିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ତଥା ବିରୋଧୀ ଦଳର ନେତା ମହମ୍ମଦ ସଫଦର ଗିରଫ ହେବା ପରେ ପାକିସ୍ତାନର ସିନ୍ଧ ପ୍ରଦେଶର କରାଚିରେ ସ୍ଥିତି ଗମ୍ଭୀର ହୋଇଛି । ସୋଶାଲ ମିଡିଆର ଟୁଇଟରରେ ଏହି ଘଟଣା ଏବେ “ଗୃହଯୁଦ୍ଧ’ ଭଳି ସ୍ଥିତି ବୋଲି ଗୁଜବ ସୃଷ୍ଟି ହୋଇଛି । ସିନ୍ଧ ପୁଲିସ ଟୁଇଟ୍ କରି କହିଛି ଯେ ପାକିସ୍ତାନ ପାକିସ୍ତାନର ରେଞ୍ଜର୍ସର ଯବାନ ବିରୋଧୀ ଦଳର ନେତା ସଫଦରଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସିନ୍ଧ ପୁଲିସ ମୁଖ୍ୟଙ୍କୁ ଅପହରଣ କରିଛନ୍ତି । ଏଭଳି ଅଭିଯୋଗ ପରେ ପାକିସ୍ତାନରେ ସରକାର ବିରୋଧରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସ୍ଥିତି ଅଣାୟତ ହେଉଥିବା ଦେଖି ପାକିସ୍ତାନ ସେନା ମୁଖ୍ୟ ଜାଭେଦ୍ ବାଜୱା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନ୍ୟାଶନାଲ ହେରାଲ୍ଡ ଟ୍ୱିଟ୍ କରି କହିଛି ଯେ “ସିନ୍ଧ ପୁଲିସ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଜଣେ କରାଚି ପୁଲିସର ମୃତ୍ୟୁ ଘଟିଛି । ଏହି ଗୁଳି ବିନିମୟ ପରେ ସେଠାରେ “ଗୃହଯୁଦ୍ଧ’ ଆରମ୍ଭ ହୋଇଛି । ତେବେ ପାକିସ୍ତାନର ପ୍ରମୁଖ ଗଣମାଧ୍ୟମରେ କିନ୍ତୁ ଏ ନେଇ ଖବର ବାହାରି ନଥିବା ଜଣାପଡ଼ିଛି । ଅକ୍ଟୋବର ୧୮/୧୯ ରାତିରେ ପାକିସ୍ତାନ ସେନା ପୁଲିସ ଆଇଜି ସିନ୍ଧଙ୍କୁ ଘରୁ ଉଠାଇ ନେଇଥିଲେ । ପରେ ମହମ୍ମଦ ସଫଦରଙ୍କୁ ଗିରଫ ଆଦେଶରେ ଆଇଜିଙ୍କୁ ଦସ୍ତଖତ କରିବାକୁ ବାଧ୍ୟ କରିଥିଲା ପାକିସ୍ତାନ ସେନା । ପୁଲିସ ଟୁଇଟ୍ କରି ଏହା କହିଛି । ପରେ ସୋମବାର ସଫଦରଙ୍କୁ ସୋମବାର କରାଚି ସ୍ଥିତ ଏକ ହୋଟେଲ ରୁମରୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ସଫଦର ଏବଂ ତାଙ୍କ ସ୍ତ୍ରୀ ତଥା ପିଏମଏଲ-ନୱାଜର ଉପାଧ୍ୟକ୍ଷ ମରିୟମ ନୱାଜ ପାକିସ୍ତାନ ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ କରାଚିକୁ ଆସିଥିଲେ । ଅକ୍ଟୋବର ୧୬ରେ ଅନୁଷ୍ଠିତ ଏକ ରାଲିରେ ମରିୟମ ସର୍ବସାଧାରଣରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧମକ ଦେବା ସହିତ କୁକୁର ବୋଲି କହିଥିଲେ । ପାକିସ୍ତାନ ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ୱାରା ଏହି ରାଲିର ଆୟୋଜନ ହୋଇଥିଲା । ଏହାପରେ ସଫଦରଙ୍କୁ ତାଙ୍କ ହୋଟେଲ ରୁମରୁ ଗିରଫ କରାଯାଇଥିଲା । ହେଲେ ସେ ସଙ୍ଗେସଙ୍ଗେ ଜାମିନରେ ବାହାରିଥିଲେ । ପାକିସ୍ତାନ ମୁସଲିମ ଲିଗ-ନୱାଜର ଉପାଧ୍ୟକ୍ଷ ମରିୟମ ନୱାଜ ଏବଂ ତାଙ୍କ ଦଳର ଦୁଇ ହଜାରରୁ ଅଧିକ ଶ୍ରମିକଙ୍କ ବିରୋଧରେ ପାକିସ୍ତାନ ବିରୋଧୀ ରାଲି ପାଇଁ ଏକ ମାମଲା ରୁଜୁ ହୋଇଛି । ପାକିସ୍ତାନର ଏକ ଖବରକାଗଜ ଇଣ୍ଟରନ୍ୟାସନାଲ ହେରାଲ୍ଡ ଦାବି କରିଛି ଯେ ଅକ୍ଟୋବର ୧୮/୧୯ ରାତିରେ କରାଚିରେ “ଗୃହଯୁଦ୍ଧ’ ପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସେନା ଏବଂ ସିନ୍ଧ ପୁଲିସ ମଧ୍ୟରେ ଅନେକ ସ୍ଥାନରେ ଗୁଳି ବିନିମୟ ହୋଇଥିଲା ।

Leave A Reply

Your email address will not be published.