ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ

0 84

ଭୁବନେଶ୍ୱର: ରାଜ୍ୟରେ ଆଜି ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୧୯୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୋଳ ଓ ମୟୂରଭଞ୍ଜରୁ ସର୍ବାଧିକ ୩ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ଢେଙ୍କାନାଳରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱର, ସୁବର୍ଣ୍ଣପୁରରୁ ମଧ୍ୟ୨ ଜଣ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ମଧ୍ୟ ଚିହ୍ନଟ ଅକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳେ ରହିଛି। । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୯୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.