ଜୁଆ ଆଡ୍ଡାରେ ଚଢାଉ

0 57

ନଗଦ ୮୮ହଜାରରୁ ଅଧିକ ଟଙ୍କା ଜବତ, ୧୧ ଗିରଫ


ଗଞ୍ଜାମ : ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ କ୍ଲିନ୍ ଅପରେସନ ଜାରି ରହିଛି । ଗତକିଛି ଦିନ ହେଲା ଜିଲ୍ଲା ଓ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଜୁଆ ଆଡ୍ଡା ସିଲ୍ କରିବା ସହ ଅନେକଙ୍କୁ ଗିରଫ କରାଯାଉଛି । ଏହା ସହିତ ଲକ୍ଷାଧିକ ଟଙ୍କା ଓ ମୋବାଇଲ ଫୋନ୍ ଜବତ ମଧ୍ୟ କରାଯାଉଛି । ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ବହୁସ୍ଥାନରେ ଜୁଆ ଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସିଥିଲା । ପୋଲିସ ଖବର ମିଳିବା ମାତ୍ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ତେବେ ପୋଲିସକୁ ଏହି ଚଢାଉରେ ନଗଦ ୮୮ ହଜାର ୪ଶହ ଟଙ୍କା ଜବତ କରିବା ସହ ୧୧ଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ । ସେହିପରି ଜୁଆ ଆଡ୍ଡାରୁ ୧୧ଜଣଙ୍କ ଗିରଫ ମଧ୍ୟ କରିଛି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ । ସୂଚନାଯୋଗ୍ୟ ଯେ, ଗତକିଛି ହେଲା ଜିଲ୍ଲାରୁ ଏକାଧିକ ଜୁଆ ଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସୁଛି । ଯାହାଫଳରେ ପୋଲିସ ବିଭିନ୍ନ ସମୟରେ ଚଢାଉ କରି ଅନେକଙ୍କୁ ଗିରଫ ମଧ୍ୟ କରୁଛି ।

Leave A Reply

Your email address will not be published.