ରେନଲ୍ଟ ଭାରତରେ ୪୧୫ରୁ ଅଧିକ ସେଲ୍ସ ଓ ସର୍ଭିସ୍ ଟଚ୍ପଏଂଟ୍କୁ ନିଜର ନେଟ୍ୱର୍କ ଉପସ୍ଥିତି ବିସ୍ତାର କରିଛି

0 78

ନୂଆଦିଲ୍ଲୀ : ରେନଲ୍ଟ ଇଣ୍ଡିଆ ପକ୍ଷରୁ ଗତ ଦୁଇ ମାସ ମଧ୍ୟରେ ଦେଶବ୍ୟାପୀ ଏହାର ନେଟ୍ୱର୍କରେ ୩୪ଟି ନୂତନ ସେଲ୍ସ ଓ ସର୍ଭିସ୍ ଟଚ୍ପଏଂଟ୍କୁ ସାମିଲ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହା ମୋଟ ୯୦ରୁ ଅଧିକ ସେଲ୍ସ ଓ ସର୍ଭିସ୍ ଟଚ୍ପଏଂଟ୍କୁ ଚିହ୍ନିତ କରୁଛି ଯାହାକୁ ରେନଲ୍ଟ ଗତ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଦେଶବ୍ୟାପୀ ଏହାର ନେଟ୍ୱର୍କରେ ସାମିଲ କରିଛି । ବର୍ତମାନର ବିକଶିତ ବଜାରଗୁଡିକରେ ବ୍ରାଣ୍ଡର ଅଭିବୃଦ୍ଧି ପାଇଁ ଏହି ବ୍ୟାପକ ନେଟ୍ୱର୍କ ସମ୍ପ୍ରସାରଣ ହେଉଛି ଏକ ରଣନୈତିକ ବ୍ୟବସାୟିକ ଧ୍ୟାନର ଅଂଶବିଶେଷ । ଏହି ନୂତନ ଡିଲରସିପ୍ ଫ୍ୟାସିଲିଟିଗୁଡିକ ମଧ୍ୟପ୍ରଦେଶ, ତାମିଲନାଡୁ, ଉତରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ହରିଆନା, ପଞ୍ଜାବ, ତେଲେଙ୍ଗାନା, ଉତରାଖଣ୍ଡ, ରାଜସ୍ଥାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ଅବସ୍ଥିତ । ଏହି ସମ୍ପ୍ରସାରଣ ସହିତ ରେନଲ୍ଟ ଇଣ୍ଡିଆ ଏହାର ନେଟ୍ୱର୍କ ଉପସ୍ଥିତିକୁ ୪୧୫ରୁ ଅଧିକ ସେଲ୍ସ ଓ ୪୭୫ରୁ ଅଧିକ ସର୍ଭିସ୍ ଟଚ୍ପଏଂଟ୍କୁ ବୃଦ୍ଧି କରିଛି, ଯେଉଁଥିରେ ଉଲ୍ଲେଖନୀୟ ବିକ୍ରି ଓ ସେବା ଗୁଣମାନ ସହିତ ଦେଶର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ୱର୍କସପ୍ ଅନ୍ ହ୍ୱିଲ୍ସ ସାମିଲ ରହିଛି । ଏସମ୍ପର୍କରେ ରେନଲ୍ଟ ଇଣ୍ଡିଆର ସେଲ୍ସ୍ ଆଣ୍ଡ ନେଟ୍ୱର୍କ ବିଭାଗର ସୁଧୀର ମଲହୋତ୍ରା କହିଛନ୍ତି ରେନଲ୍ଟ ଇଣ୍ହିଆର ନେଟ୍ୱର୍କ ଉପସ୍ଥିତି ରଣନୈତିକ ଭାବେ ସମ୍ପ୍ରସାରିତ ହେଉଛି ଯାହାକି ହେଉଛି ଆମେ ଉଭୟ ଗ୍ରାହକ ଓ ଡିଲର ପାର୍ଟନର୍ଙ୍କଠାରୁ ଗ୍ରହଣ କରୁଥିବା ଉତ୍ସାହଜନକ ପ୍ରତିକ୍ରିୟାର ସାକ୍ଷ୍ୟ ଅଟେ । ବର୍ତମାନ ସମରେ ଆମେ ନୂଆ ଡିଲରଙ୍କୁ ଆକର୍ଷିତ କରିବା ସହିତ ବିଦ୍ୟମାନ ପୁରୁଣା ପାର୍ଟନର୍ଙ୍କଠାରୁ ଅଧିକ ନିବେଶ ଓ ସମ୍ପ୍ରସାରଣ ଅନୁରୋଧ ମଧ୍ୟ ହାସଲ କରୁଛୁ । ଏକ ବର୍ଦ୍ଧିତ ନେଟ୍ୱର୍କ ଉପସ୍ଥିତି ଆମ ପାଇଁ ଏହାକୁ ସମ୍ଭବ କରିଛି ଯାହାଫଳରେ ଆମେ ଦେଶବ୍ୟାପୀ ଅଧିକ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିପାରୁଛୁ ଏବଂ ଆମର ନିରନ୍ତର ବିକ୍ରି ସଂଖ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରୁଛୁ । ରେନଲ୍ଟ ଇଣ୍ଡିଆ ବିଭିନ୍ନ ଶୃଙ୍ଖଳାରେ ଆକର୍ଷଣୀୟ ଅଫର୍ ଘୋଷଣା କରିବା ସହିତ ସରକାରୀ ପବ୍ଲିକ୍ ସେକ୍ଟର କର୍ମଚାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସମେତ ଡାକ୍ତର ଓ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫର୍ମାନ ଘୋଷଣା କରିଛି । ଏହି ଅଫର୍ଗୁଡିକ ମଧ୍ୟରେ ୨୨,୦୦୦ ଟଙ୍କାର ଅତିରିକ୍ତ ସ୍ୱତନ୍ତ୍ର ଅଫର୍ ସାମିଲ ରହିଛି ଯାହାକୁ ପୂର୍ବରୁ ଡଷ୍ଟର ଉପରେ ୭୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ, କ୍ୱିଡ୍ ଉପରେ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଓ ଟ୍ରାଇବର ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ସହିତ ଆରମ୍ଭ କରାଯାଇଥିବା ଆକର୍ଷଣୀୟ ପାର୍ବଣ ଅଫର୍ ସହିତ ସାମିଲ କରାଯାଇଛି । ରେନଲ୍ଟ ଇଣ୍ଡିଆ ଡିଫେନ୍ସ (ସିଏସ୍ଡି) ଓ ପୋଲିସ୍ (ସିପିସି) ସର୍ଭିସ୍ମେନ୍ଙ୍କ ପାଇଁ ଦେଶବ୍ୟାପୀ ଉପଲବ୍ଧ କ୍ୟାନ୍ଟିନ୍ ଷ୍ଟୋର୍ଗୁଡିକ ମାଧ୍୍ରମରେ ଏକ ବ୍ୟାପକ ଶୃଙ୍ଖଳାର ଉତ୍ପାଦ ପ୍ରଦାନ କରୁଛି । ରେନଲ୍ଟ ପକ୍ଷରୁ କ୍ରୟକୁ ଅଧିକ ସହଜ କରିବା ପାଇଁ ଆକର୍ଷଣୀୟ ଋଣ ଅଫର୍ ମଧ୍ୟ ଘୋଷଣା କରାଯାଇଛି । ଏଥିରେ କ୍ୱିଡ୍ ଓ ଟ୍ରାଇବର୍ ଉପରେ ୩.୯୯%ର ଏକ ସ୍ୱତନ୍ତ୍ର ସୁଧ ହାର ସାମିଲ ରହିଛି । ନୂତନ ଭାବେ ଲଂଚ୍ ହୋଇଥିବା ଡଷ୍ଟର ୧.୩ ଲିଟର ଟର୍ବୋ ଉପରେ ରେନଲ୍ଟ ୨୦,୦୦୦ ଟଙ୍କାର ଲୟାଲ୍ଟି ଲାଭ ଓ ୩ ବର୍ଷ କିମ୍ବା ୫୦,୦୦୦ କିମିର ଏକ ସହଜ କେୟାର ପ୍ୟାକେଜ୍ ଘୋଷଣା କରିଛି । ଉତ୍ପାଦ କ୍ଷେତ୍ରରେ ରେନଲ୍ଟ ଇଣ୍ଡିଆ ନିକଟରେ ୨୦୨୦ କ୍ୱିଡ୍ ନିଓଟେକ୍ ଏଡିସନ୍ ଶୁଭାରମ୍ଭ କରିଛି । ଏହି ଲିମିଟେଡ୍ ଏଡିସନରେ ଫାର୍ଷ୍ଟ-ଇନ୍-ସେଗ୍ମେଂଟ୍ ଷ୍ଟାଇଲିସ୍ ଓ ଫ୍ରେସ୍ ଡୁଆଲ ଟୋନ୍ ଏକ୍ସଟେରିୟର ଫିଚର ରହିଛି । ଉପଭୋକ୍ତାମାନେ ଦୁଇଟି କଲର୍ କମ୍ବିନେଶନ- ଜାନ୍ସ୍କାର ବ୍ଲୁ ବଡି ସହିତ ସିଲ୍ଭର ରୁଫ୍ ଏବଂ ସିଲ୍ଭର ବଡି ସହିତ ଜାନ୍ସ୍କାର ବ୍ଲୁ ରୁଫ୍ ମଧ୍ୟରୁ ଚୟନ କରିପାରିବେ । ୩୦,୦୦୦ ଟଙ୍କାର ଏକ ଇନ୍କ୍ରିମେଂଟାଲ ବୃଦ୍ଧି ସହିତ କ୍ୱିଡ୍ ନିଓଟେକ୍ ଏକ ଉନ୍ନତ ଭାଲ୍ୟୁ ପ୍ୟାକେଜ୍ ପ୍ରଦାନ କରୁଛି ଏବଂ ଏକାଧିକ ଉନ୍ନତ ଫିଚର ସହିତ ଗ୍ରାହକଙ୍କ ଲାଭକୁ ସର୍ବାଧିକ କରୁଛି ।

Leave A Reply

Your email address will not be published.