ଅସ୍ତ୍ରୋପଚାର ପରବର୍ତ୍ତୀ ମୃତ୍ୟୁକୁ ନେଇ ନର୍ସିଂହୋମରେ ଉତ୍ତେଜନା

0 66


ଭଦ୍ରକ: ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ନିଶା ପ୍ରଭାବରୁ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଏକ ନର୍ସିଂହୋମ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସହରାଞ୍ଚଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚଥିବାବେଳେ ଡାକ୍ତର ଓ ରୋଗୀଙ୍କ ଉପସ୍ଥିତିରେ ମାମଲାର ଆପୋଷ ସମାଧାନ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତିହିଡି ଅଂଚଳର ଗୋବର୍ଦ୍ଧନ ସାହୁଙ୍କ ପତ୍ନୀ ତୁଳସୀଙ୍କର ହାତ ଭାଙ୍ଗି ଯାଇଥିଲା । ଚିକିତ୍ସା ପାଇଁ ତାଙ୍କ ପୁଅ ରମାକାନ୍ତ ଭଦ୍ରକର ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଉମାକାନ୍ତ ଜେନାଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଲେଜ ରୋଡରେ ଥିବା ଓମଏସ୍ଆରଜି ନାମକ ଏକ ନର୍ସିଂହୋମ୍ରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଅସ୍ତ୍ରୋପଚାର ପରେ ନିଶା ପ୍ରଭାବରୁ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର କଟକ ରେଫର କରିଥିଲେ ବୋଲି ମୃତକାଙ୍କ ପୁତ୍ର ରମାକାନ୍ତ ଅଭିଯୋଗ କରିଛନ୍ତି । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ରୋଗୀଙ୍କ ସଂପର୍କୀୟ ରୋଗୀଙ୍କ ମୃତଦେହକୁ ଧରି ସଂପୃକ୍ତ ନର୍ସିଂହୋମ୍ରେ ପହଞ୍ôଚ ହୋହାଲ୍ଲା କରିଥିଲେ । ରମାକାନ୍ତ ଗଣମାଧ୍ୟମରେ ଅଭିଯୋଗ କରି କହିଛନ୍ତି ଯେ ଦିନ ୭ ଟାରୁ ୧୧ ଟା ପଯ୍ୟନ୍ତ ଅପରେସନ ଚାଲିଥିଲା । ସନ୍ଦେହ ହେବାରୁ ଆମେ ବାରମ୍ବାର ମା’ଙ୍କ ବିଷୟରେ ନର୍ସିଂହୋମ୍ କର୍ତ୍ତୃପକ୍ଷଙ୍କୁ ପଚାରିଥିଲୁ । କିନ୍ତୁ ସେ କିଛି କହିବା ପରିବର୍ତ୍ତେ ମା’ଙ୍କୁ କଟକ ରେଫର କରିଦେଇଥିଲେ । ଅତ୍ୟଧିକ ନିଶା ପ୍ରଭାବ ଯୋଗୁଁ ମା’ ହୋସ୍ରେ ନଥିଲେ । ଫଳରେ କଟକ ନେବା ବାଟରେ ତାଙ୍କ ମା’ ମୃତ୍ୟୁ ଘଟିଛି ବୋଲି ରମାକାନ୍ତ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ । ତେଣୁ ଉପଯୁକ୍ତ କ୍ଷତିପୂରଣ ଓ ଅସ୍ତ୍ରୋପଚାର କରିଥିବା ଡାକ୍ତର ଡା. ଜେନା ଓ ନିଶା ଡାକ୍ତର ମନୋଜ ପାଢୀଙ୍କ ବିରୁଦ୍ଧରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ନର୍ସିଂହୋମ୍ର ମାଲିକ ତଥା ନିଶା ଡାକ୍ତର ମନୋଜ ପାଢୀ ନର୍ସିଂହୋମ୍ ବଦନାମ ହେବା ଭୟରେ ଉତ୍ତ୍ୟକ୍ତ ରୋଗୀଙ୍କ ସଂପର୍କୀୟଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ନିକଟକୁ ପଠାଇ ଦେଇଥିଲେ । ତେବେ ସେଠାରେ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ଆଲୋଚନା ପରେ ରୋଗୀଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବା ପରେ ମାମଲାର ଆପୋଷ ସମାଧାନ ହୋଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ସେହିପରି ଏହି ଘଟଣା ଗଣମାଧ୍ୟମରେ ଯେପରି ପ୍ରକାଶ ନପାଏ ସେଥିପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଜନୈକ ଦଲାଲ ମାଧ୍ୟମରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସନ୍ତୁଷ୍ଟ କରାଯାଇଥିବା ଜଣାପଡିଛି । ଅପରପକ୍ଷେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.