ଚଳିତ ବର୍ଷ ଅନ୍ଲାଇନ୍ ହେବ ଏସ୍.ଓ.ଏଫ୍ ଅଲମ୍ପିଆଡ୍ ପରିକ୍ଷା

0 141

ଭୁବନେଶ୍ୱର : ଆନ୍ତର୍ଜାତିୟସ୍ଥରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲମ୍ପିଆଡ୍ ପରିକ୍ଷା କରାଉଥିବା ‘ସାଇନ୍ସ ଅଲମ୍ପିଆଡ୍ ଫାଉଁଡେସନ୍’ ପକ୍ଷରୁ ଚଳିତ ଏକାଡେମିକ୍ ଇୟର ପାଇଁ ଅନ୍ଲାଇନ୍ ପରିକ୍ଷାର ଘୋଷଣା କରାଯାଇଛି, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ ଫାଉଣ୍ଡେସନ୍ ପକ୍ଷରୁ ଏହିପରି ପଦକ୍ଷପ ନିଆଯାଇଛି ଯାହାଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ନିଜ ଘରେ ବସି ପରିକ୍ଷା ଦେଇପାରିବେ । ବିଦ୍ୟାର୍ଥିମାନଙ୍କ ଜ୍ଞାନକୌଷଳକୁ ଆନ୍ତର୍ଜାତିୟ, ଜାତିୟ ତଥା ରାଜ୍ୟସ୍ଥରରେ ସମ୍ମାନୀତ କରିବା ପାଇଁ ଏସ୍.ଓ.ଏଫ୍ ସବୁବେଳେ ଚେଷ୍ଠାକରିଆସିଛି । ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ପରିକ୍ଷାରେ ଭାଗନେଇଥାନ୍ତି । ଗତବର୍ଷ ଭୁବନେଶ୍ୱରରୁ ପାଖାପାଖି ୮୭,୦୦୦ ଛାତ୍ରଛାତ୍ରୀ ଏଥିରେ ଅଶଂଗ୍ରହଣ କରିଥିଲେ । ଚଳିତ ବର୍ଷ ଏସ୍.ଓ.ଏଫ୍ ପକ୍ଷରୁ ମାତ୍ର ୪ଟି ଅଲମ୍ପିଆଡ୍ ପରିକ୍ଷାର ଆୟୋଜନ କରାଯାଇଛି, ଏସ୍.ଓ.ଏଫ୍ ଆନ୍ତର୍ଜାତିୟ ସାଧାରଣଜ୍ଞାନ ଅଲମ୍ପିଆଡ୍, ଏସ୍.ଓ.ଏଫ୍ ଆନ୍ତର୍ଜାତିୟ ଇଂରାଜୀ ଅଲମ୍ପିଆଡ୍, ଏସ୍.ଓ.ଏଫ୍ ଆନ୍ତର୍ଜାତିୟ ଜାତୀୟ ବିଜ୍ଞାନ ଅଲମ୍ପିଆଡ୍ ଏବଂ ଏସ୍.ଓ.ଏଫ୍ ଆନ୍ତର୍ଜାତିୟ ଗଣିତ ଅଲମ୍ପିଆଡ୍ ।
ଏହି ପରିପେକ୍ଷିରେ ସାଇନ୍ସ ଅଲମ୍ପିଆଡ୍ ଫାଉଁଡେସନ୍ର ପ୍ରତିଷ୍ଠାତା ତଥା ନିଦେ୍ଧଶକ ଶ୍ରୀଯୁକ୍ତ ମହାବିର୍ ସିଂ କହିଛନ୍ତି, “ଗତବର୍ଷ ଏହି ପରିକ୍ଷା ଅଫ୍ଲାଇନ୍ ହୋଇଥିଲା ଏବଂ ଏହି ପ୍ରତିଯୋଗିତାରେ ୩୨ଟି ଦେଶରୁ ପାଖାପାଖି ୫୬,୦୦୦ ବିଦ୍ୟାଳୟର ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗନେଇଥଲେ କିନ୍ତୁ ଚଳିତ ବର୍ଷ ଆମେ ସମସ୍ତ ପରିକ୍ଷା ଅନ୍ଲାଇନ୍ କରିବାର ଯୋଜନା କରିଛୁ । ପରିକ୍ଷାକୁ ସଠିକ୍ ଭାବରେ ପରିଚାଳିତ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି, ରିମୋଟ୍ ପ୍ରୋକ୍ଟରିଂ, ଭିଡିଓ ରେକଡିଂ ତଥା ଅନ୍ୟାନ ସୁବିଧା କରାଯାଇଛି ।”

Leave A Reply

Your email address will not be published.