ଦୁଇଟି ପୃଥକ ମାମଲାରେ ୮ଗିରଫ, ବିଦେଶୀ ମଦ ଓ ଟଙ୍କା ଜବତ

0 64

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଦୁଇଟି ପୃଥକ ମାମଲାରେ ଚଢାଉ କରାଯାଇଥିଲା । ଥାନା ସୂତ୍ରରୁ ପ୍ରକାଶ ଯେ ଆଜି ରାଣୀପେଣ୍ଠ ଛକ ଠାରେ ଚୋରା ବିଦେଶୀ ମଦ କରବାର ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ । ଚଢାଉ ବେଳେ କେ.ବାସୁଦେବ ରାଓ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪୨ ଗୋଟି ନିପ୍ ବୋତଲ ମିଳିଥିଲା । ଘଟଣାରେ ସମ୍ପୃକ୍ତ ବାସୁଦେବଙ୍କୁ ଗିରଫ କରିଥିବାବେଳେ ୪୨ଗୋଟି ନିପ୍ ବୋତଲକୁ ଜବତ କରି ଏ ସଂକ୍ରାନ୍ତରେ ୨୫୨/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ସେହିପରି ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟସ୍ଥ ଅଟୋଗ୍ୟାରେଜ ପଛପଟେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ଘଟଣାରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଛି । ଚଢାଉ ବେଳେ ଉକ୍ତ ଜୁଆ ଆଡ୍ଡାରେ ୧୯ହଜାର ୫୦୦ଟଙ୍କା ନଗଦ ରାଶି ସହ ୫ଗୋଟି ମୋବାଇଲ ଫୋନ ଏବଂ ୫ଗୋଟି ମୋଟର ସାଇକେଲ ଜବତ କରାଯାଇଛି । ଏନେଇ ପାରଳାଖେମୁଣ୍ଡି ଥାନାରେ ୨୫୩/୨୦ରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.