କୋଭିଡ-୧୯ କଟକଣା, ବିନାଭକ୍ତରେ ଦୁର୍ଗାପୂଜା ଓ କୁତ୍ରିମ ପଖୋରୀରେ ବିସର୍ଜନ

0 82


ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହରରେ ଶାରଦୀୟ ଦୁର୍ଗା ପୂଜା ତଥା ଦଶହରା କୋଭିଡ-୧୯ କଟକଣା ନିୟମ ମଧ୍ୟରେ ତାଲାବନ୍ଦ ଓ ପରଦା ପକାଇ ଆଗରେ ଭକ୍ତ ଶୁନ୍ୟ ଭାବେ ପାଳିତ ହୋଇଯାଇଛି । ଏହା ସହ ବିସର୍ଜନ ବା ଭଷାଣି ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସହରରେ ଥିବା ବିଭିନ୍ନ ଶକ୍ତିପୀଠ ଓ ପୂଜା ମଣ୍ଡପ ଗୁଡିକରେ କୋଭିଡ-୧୯ ରହିଥିବା ନିତିନିୟମ ପ୍ରାକରେ ଅନୁଷ୍ଠିତ ହୋଇଥିଲା । ଏହି ନିୟମ ପ୍ରକାରେ ସମସ୍ତ ଶକ୍ତି ପୀଠ ଓ ପୂଜା ମଣ୍ଡପ ଗୁଡିକରେ ଦୁର୍ଗା ପୂଜା ଦିନ ପ୍ରବଳ ଭିଡ ହେବା ପ୍ରତି ଦୃଷ୍ଟିରେ ରଖି ଜିଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି କଟକଣା ଲାଗୁ କରିଥିଲେ । ଏଥି ପାଇଁ ଶକ୍ତି ପୀଠ ଗୁଡିକର ପ୍ରବେଶ ପଥ ଗୁଡିକରେ ତାଲା ଓ ଦୁର୍ଗା ପୂଜା ମଣ୍ଡପ ଗୁଡିକରେ ମା ଦୁର୍ଗାଙ୍କ ସମ୍ମୁଖରେ ପରଦା ପକା ହୋଇ ରରିତୀ ନିତୀ ଅନୁଯାଇ ପୂଜାର୍ଚ୍ଚନା କାର୍ଯ୍ୟ ଚାଲିଥିଲେ । ତେବେ ଏହି ପରଦା ଓ ତାଲା ଖବର ପାଇ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ନିମନ୍ତେ ମନବଳାଇନଥିଲେ । କାଁ ଭାଁ ଶକ୍ତି ପୀଠ ଓ ପୂଜା ମଣ୍ଡପ ଗୁଡିକରେ ମାଙ୍କ ଦିର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ନ ପାଇ ନିରାଶରେ ଫେରିଯିବା ଆଉ କେତେକେ ସମ୍ମୁଖରେ ଦୀପ ଲଗାଇ ଚାଲି ଯାଉଥିବାର ଦେଖାଯାଇଥିଲା । ସେହିପରି ସହରରେ ଅନୁଷ୍ଠିତ ହେଉଥିବା ସମସ୍ତ ପୂଜା ମଣ୍ଡପର ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବା ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିଜ ନିଜ ଅଞ୍ଚଳରେ ହେଉଥିବା ଯଥା ବଡବ୍ରାହ୍ମଣ ସାହି, ରାଜଗୁରୁ ସାହି, ଜନସ୍ୱାସ୍ଥ୍ୟ ବିଭାଗ, କଟିକା ସାହି, ଚିତ୍ରକାର ସାହି, ପାୱାର ହାଉସ, ଟ୍ୟାକ୍ସି ଷ୍ଟାଣ୍ଡ ଆଦି ସ୍ଥାନରେ ଅନୁଷ୍ଠିତ ହୋଇଥିବା ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିସର୍ଜନ ଶୋଭାଯାତ୍ରା ବେଳେ ଶ୍ରଦ୍ଧାଳୁ ମାନେ ମାଙ୍କୁ ଦର୍ଶନର ସୁଯୋଗ ପାଇ ବିଭୋର ହୋଇ ଯାଇଥିଲେ ଏବଂ ଘଣ୍ଟ ବାଜଣା ସହ ମାଙ୍କୁ ଦର୍ଶନ କରି ହୁଳହୁଳି ଦେଇ ବିଦାୟ ଦେଇଥିଲେ । ବିସର୍ଜନ ଶୋଭାଯାତ୍ରା ବିନା ଜାକଜକମରେ ସୀମିତ ସାହିବସ୍ତିକୁ ଅଳ୍ପ ସମୟ ମଧ୍ୟରେ ପରିକ୍ରମା କରି ପୌରପରିଷଦ ପକ୍ଷରୁ ପାୱାର ହାଉସ ନିକଟରେ ଅସ୍ଥାୟୀ ବାସ କୁତ୍ରିମ ପୋଖରୀ ଠାରେ ପହଞ୍ଚ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଓ ଆଳତି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ବିସର୍ଜନ କରାଯାଇଥିଲା । ବିସର୍ଜନ ଉତ୍ସବରରେ ମଧ୍ୟ ବ୍ୟାପକ ପୋଲିସ ବାହିନୀ ପହରା ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.