କଳାମୁଖାଧାରୀ ଲୁଟେରାଙ୍କ ଆତଙ୍କ

0 73

ଗଜପତିରେ ଗୋଟିଏ ରାତିରେ ୨ଟି ସ୍ଥାନରୁ ଲୁଟ


ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ତଲାସିଂ ଗ୍ରାମର ତୁଳସୀ ନାୟକଙ୍କ ଘରେ ସୋମବାର ବିଳମ୍ବିତ ମଧ୍ୟ ରାତ୍ରରେ ତିନି ଜଣ କଳାମୁଖା ଧାରି ଦୁର୍ବୃତ୍ତ ମାନେ ଧାରୁଆ ଖଣ୍ଡା ସାଙ୍ଗକୁ ବନ୍ଧୁକ ଦେଖାଇ ଘରେ ଲୋକଙ୍କୁ ଭୟଭିତ କରି ନଗଦ ୨୦ହଜାର ଟଙ୍କା ଓ ସୁନାଗହଣା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଘରେ ଶଯ୍ୟାସାୟୀ ସ୍ୱାମୀଙ୍କ ଚିକିତ୍ସା ଲାଗି ତୁଳସୀ ୨୦ହଜାର ଟଙ୍କା ଧାର ଆଣି ରଖିଥିଲେ । ସେହିଭଳି ଆର.ଉଦୟଗିରି ଥାନା ପୁରୁଣାଢିଅ ଗ୍ରାମର ତ୍ରିଲୋଚନ ଭୂୟାଁ ଯାଜପୁର ଜିଲ୍ଲା ବରୀ ବ୍ଲକରୁ ଅଫିସ କାମ ସାରି ଘରକୁ ବାଇକ୍ରେ ଫେରୁଥିବା ବେଳେ ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ଗୋଡାଇ ଗୋଡାଇ ପଥରଗଡ ଗ୍ରାମ ନିକଟରେ ଆକ୍ରମଣ କରିଥିଲେ । ଭୁଜାଲି ଦେଖାଇ ନଗଦ ୮ହଜାର ୪ଶହ ଟଙ୍କା,୨ଟି ମୋବାଇଲ ଏବଂ ହୋଣ୍ଡା ସିବି ସାଇନ ବାଇକ ନଂ ଓଡି ୦୭ ୫୧୧୮୬୫୦କୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ତେବେ ଲୁଟର ଶିକାର ହୋଇଥିବା ୨ଜଣ ବ୍ୟକ୍ତି ଏ ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.