ଚାଇନାକୁ ଚାଲେଞ୍ଜ ଦେଉଛି ୟୁପି

0 67

ଲକ୍ଷେ୍ନø: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶରେ ଆତ୍ମନିର୍ଭରଶୀଳ ଭାରତ ଭଳି ଅଭିଯାନ ଆରମ୍ଭ ହୋଇଛି । ହେଲେ ଏହାରି ଭିତରେ ଉତ୍ତର ପ୍ରଦେଶର ଏକ ସ୍ଥାନୀୟ ସାମଗ୍ରୀ ବଜାରରେ ନିଜର ସ୍ଥିତି ଜାହିର କରିବା ଆରମ୍ଭ କରିଛି । “ଲୋକାଲ୍ ଫର୍ ଭୋକାଲ୍’ ଏବଂ “ଆତ୍ମନିର୍ଭରଶୀଳ ଭାରତ’ ରାସ୍ତାରେ ୟୁପିର କିଛି ସାମଗ୍ରୀ ଚାଇନା ସାମଗ୍ରୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଗାମୀ ଦିନରେ ଚାଇନା ହାତରେ ଥିବା କିଛି ବଜାରକୁ ୟୁପି ଦଖଲ କରିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ବ୍ୟବସାୟୀମାନଙ୍କ ପାଇଁ “ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ସହିତ ଅର୍ଥନୀତିକ ପ୍ରଗତିର ଏକ ନୂଆ ରାସ୍ତା ଖୋଲିଛି । ୟୁପିର ଏହି ସାମଗ୍ରୀର ଚାହିଦା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବୃଦ୍ଧି ପାଉଛି । ଦେଓରିଆ ଜିଲ୍ଲାର ପ୍ରାୟ ୧୫୦୦ ଲୋକଙ୍କ ବ୍ୟବସାୟ ନୂଆ ଗତି ଲାଭ କରିଛି । ଏହି ଉତ୍ପାଦଗୁଡିକ ଓଡିଓପି ଅଧୀନରେ ଏକ ଜାତୀୟ-ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଉପସ୍ଥାପିତ ହେବାର ସୁଯୋଗ ପାଇଛି । ଦେଓରିଆ ଜିଲ୍ଲାର ଓଡିଓପି ଅଧୀନରେ ହଜାର ହଜାର ଲୋକ କାମ କରୁଛନ୍ତି । ଏଥିମଧ୍ୟରେ ପୂଜା ଶାହି ଏବଂ ବିବେକ ସିଂ ରହିଛନ୍ତି । ୨୦୦୮ରେ ତାଙ୍କ ମା’ ଏବଂ ମାଉସୀଙ୍କ ସହ ଏକ ଛୋଟ ହସ୍ତତନ୍ତ କାର୍ଯ୍ୟ ଆରମ୍ଭ କରିଥିବା ପୂଜା ଶାହି ବର୍ତ୍ତମାନ ପୂଜା ଶାହି ଏଣ୍ଟର ପ୍ରାଇଜେସରେ ୪୦୦ ମହିଳାଙ୍କୁ ନିଯୁକ୍ତି ଦେଉଛନ୍ତି । ଓଡିଓପିରେ ଯୋଗଦେବା ପରେ ୫ ହଜାର ମହିଳା ତାଙ୍କ ସହ ସାମିଲ୍ ହୋଇଛନ୍ତି । ଗତ ବର୍ଷ କୋଟିଏ ଟଙ୍କାର କାରବାର ହୋଇଥିବା ବେଳେ ଚଳିତବର୍ଷ ଏହା ଦେଢ଼ କୋଟିକୁ ବୃଦ୍ଧି ପାଉଛି । ଦେଓରିଆ ଉତ୍ପାଦଗୁଡିକ ବିହାର, ପଶ୍ଚିମବଙ୍ଗ, ଲକ୍ଷେ୍ନø, ବାରାଣାସୀ, ଦିଲ୍ଲୀ ସମେତ ସିଙ୍ଗାପୁର ଏବଂ ଆମେରିକାକୁ ରପ୍ତାନୀ ହେଉଛି । ଓଡିଓପି ଆରମ୍ଭ ହେବା ପାଖରୁ ଏଯାବତ ୨.୫ କୋଟି ରାଜସ୍ୱ ଲାଭ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.