ରାଜା ନିଖୋଜ ମାମଲାର ପର୍ଦ୍ଦାଫାସ

0 74

ମାଉଜର ଦେବା ପାଇଁ ଟଙ୍କା ଆଣି ନଦେଇ ପାରି ମୃତ୍ୟୁର ଶିକାର ହୋଇଛି ରାଜା, ଅଭିଯୁକ୍ତ ଦୁଇ ବନ୍ଧୁ ଗିରଫ

ବୌଦ୍ଧ : ଚଳିତ ମାସ ୧୧ତାରିଖରୁ ବୌଦ୍ଧ ସହରର ଜଣେ ଯୁବ ବ୍ୟବସାୟୀ ସନ୍ଧ୍ୟାରେ ନିଜଘରୁ ବାହାରି ଆଉ ଘରକୁ ନଫେରି ନିଖୋଜ ହେବା ଘଟଣାର ଆଜି ପର୍ଦ୍ଦାଫାସ କରିଛି ବୌଦ୍ଧ ପୋଲିସ । ପ୍ରକୃତରେ ସେ ନିଖୋଜ ହୋଇନଥିଲା ତାକୁ ସେଦିନ ଘରୁ ବାହାରିବାର କିଛି ସମୟ ପରେ ସେ ବସବାସ କରୁଥିବା ପୋଡାପଡା ସାହିରେ ଏକ ଜିମରେ ପୁର୍ବ ପ୍ରସ୍ତୁତି ଅନୁଯାଇ ଦୁଇ ବନ୍ଧୁ ହତ୍ୟା କରିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି । ଆଜି ସନ୍ଧ୍ୟାରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛ”ି ଯେ ରାଜା ଓରଫ ପ୍ରମୋଦ ପ୍ରସାଦ ନିଜର ବନ୍ଧୁ ମିଲନ ପାତ୍ରକୁ ଏକ ମାଉଜର ଦେବାପାଇଁ ତିନି ଚାରି ମାସ ଆଗରୁ ଲକ ଡାଉନ ସମୟରେ ଫେଜ ବାଇ ଫେଜ ୩୫ ହଜାର ଟଙ୍କା ଆଣିଥିଲା । ତେବେ ଚୁକ୍ତି ମୁତାବକ ରାଜା ବନ୍ଧୁ ମିଲନକୁ ମାଉଜର ଦେଇପାରି ନଥିଲା ଫଳରେ ଟଙ୍କା ଫେରାଇବାପାଇଁ ଅଭିଯୁକ୍ତ ମିଲନ ତାକୁ କହିଥିଲା । ଏପରି କିଛିଦିନ ଗଲାପରେ ଅଭିଯୁକ୍ତ ମିଲନ ରାଜା ଠାରୁ ଆଉ ଟଙ୍କା ନପାଇବାର ଆଶଙ୍କା କରି ତାକୁ ଜୀବନରେ ମାରିଦେବା ପାଇଁ ଘଟଣାର ଚାରିଦିନ ପୁର୍ବରୁ ପ୍ରସ୍ତୁତ ହୋଇଥିଲା । ଅଭିଯୁକ୍ତ ମିଲନ ପୋଡାପଡା ସାହିର ନଦୀ ଖଣ୍ଡିରେ କିଛି ବର୍ଷ ହେବ ଏକ ଜିମ ଖୋଲିଥିଲା । ତେବେ ଜିମ ଘରେ ମାରିବା ପାଇଁ ଯୋଜନା କରିଥିଲା ଏବଂ ଏଥିପାଇଁ ରବିବାର ଦିନକୁ ଠିକ କରିଥିଲା କାରଣ ରବିବାର ଦିନ ଜିମ ସଂପୁର୍ଣ୍ଣ ବନ୍ଦ ରହିଥାଏ । ତେବେ ୧୧ ତାରିଖ ରବିବାର ଦିନ ଅନ୍ୟତମ ଅଭିଯୁକ୍ତ ଅଭିଷେକ ସାହାଣିକୁ ଏହି ଯୋଜନାରେ ସାମିଲ କରି ଅଭିଷେକର ମୋବାଇଲରୁ ସନ୍ଧ୍ୟା ପ୍ରାୟ ୬ ତା ୯ମିନିଟରେ ଅଭିଯୁକ୍ତ ମିଲନ ଫୋନକରି ଥିଲା ଆସିବା ପାଇଁ ରାଜାକୁ କହିଥିଲା । ତତ୍କ୍ଷଣାତ ରାଜା ଘରୁ ବାହାରି କିଛି ଦୁରର ଚାଲି ଚାଲି ଆସୁଥିବା ବେଳେ ବାଇକରେ ସେଠାରୁ କ୍ଲବକୁ ଯିବା ପାଇଁ କହିଥିଲା ଓ ସେଠାରୁ ଜିମକୁ ଯିବା ପାଇଁ କହି ଜିମକୁ ଯାଇଥିଲା । ଯାହାର ସିସିଟିଭି ଫୁଟେଜ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ରାଜା ଜିମରେ ପହଂଚିବା ପରେ ଅଭିଷେକକୁ ବାହାରେ ଜଗିବାକୁ କହି ମିଲନ ରାଜାକୁ ନେଇ ଜିମର ଉପର ମହଲାକୁ ଯାଇଥିଲା ଏବଂ ସେଠାରେ ପ୍ରଥମେ ରାଜାକୁ ବାମପଟରେ ଛୁରାମାଡ କରିଥିଲା । ରାଜା ତଳେ ପଡିଯିବାପରେ ତାର ମୁହଁକୁ ଚାପି ତଣ୍ଟିକୁ ଚିପି ମାରି ଦେଇଥିଲା । ଏହାପରେ ଅଭିଯୁକ୍ତ ମିଲନ ତଳକୁ ଆସି ରାଜାର ମୋବାଇଲକୁ ବାହାରେ ଫିଙ୍ଗି ଆସିବାପାଇଁ ଅଭିଷେକକୁ ଦେଇଥିଲା । ଅଭିଷେକ ମୃତ ରାଜାର ମୋବାଇଲକୁ ବାମଣ୍ଡାଗ୍ରାମ ନିକଟ ଏକ ବିଲକୁ ମୋବାଇଲ ଫିଙ୍ଗି ପୁଣି ଜିମ ନିକଟକୁ ଚାଲି ଆସିଥିଲା । ଇତିମଧ୍ୟରେ ଅଭିଯୁକ୍ତ ମିଲନ ରାଜାର ଶବକୁ ଏକ କଳାଜରି ସାହାଯ୍ୟରେ ଗୁଡାଇ ଦୁଇବଂଧୁ ଶବକୁ ଜିମର ଉପର ମହଲାରୁ ନଦୀ ଭିତରକୁ ଠେଲି ଦେଇଥିଲା । ତେବେ ଏସବୁ କାର୍ଯ୍ୟ ସଂଧ୍ୟା ପ୍ରାୟ ୭ ଟା ୩୦ ମଧ୍ୟରେ ଶେଷକରି ମିଲନ ଓ ଅଭିଷେକ ସହରର ଏକ ଦୋକାନରୁ ଥଣ୍ଡା ମୃଦୁପାନିୟ ପିଇ ଏକ ସ୍ଥାନରେ ଆଇପିଏଲ କ୍ରିକେଟ ମ୍ୟାଚ ମଧ୍ୟ ଦେଖିଛ”ି । ରାତି ପ୍ରାୟ ୧ଟାରେ ଉଭୟ ଅଭିଯୁକ୍ତ ପୁଣି ନଦୀ ଭିତରକୁ ଯାଇ ଫିଙ୍ଗିଥିବା ଶବକୁ ପେଟ୍ରୋଲ ଓ କିରାସିନି ଢାଳି ପ୍ରାୟ ଏକଘଂଟା ପର୍ଯ୍ୟ” ପୋଡିଥିଲେ ଓ ପରେ ନଦୀ ପାଣିକୁ ଫିଙ୍ଗି ଦେଇଥିଲେ । ପରେ ଦୁଇ ଅଭିଯୁକ୍ତ ସକାଳୁ ପୁରୀ ବୁଲିବାକୁ ଯାଇଥିଲେ । ଅନ୍ୟପଟେ ୧୩ ତାରିଖ ଦିନ ସହରର ହନୁମାନ ମନ୍ଦିର ଘାଟରେ ଏକ ପଥରରେ ଦରପୁଡା ପଚା ଶବଟିଏ ଲାଗିଥିବା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ୧୪ତାରିଖ ବୌଦ୍ଧ ପୋଲିସ ସେହି ଶବକୁ ଜବତକରି ଭିସେରା ଟେଷ୍ଟ ପାଇଁ ବୁର୍ଲା ମେଡିକାଲକୁ ପଠାଇଥିଲା । ଅପରପଟେ ଦୁଇ ଅଭିଯୁକ୍ତ ସହରରେ ଖୋଲାଖୋଲି ଭାବରେ ଚଳପ୍ରଚଳ କରିଥିଲେ । ତେବେ ପୋଡାପଡା ସାହିର ଏକ ସିସିଟିଭି ଫୁଟେଜ ଓ ମୋବାଇଲ ଟ୍ରାକିଙ୍ଗ କରି ପୋଲିସ ଘଟଣାର ପର୍ଦ୍ଦଫାସ କରିପାରିଥିଲା ବୋଲି ଏସପି ଶ୍ରୀରାଓ ପ୍ରକାଶ କରିଥିଲେ । ତେବେ ରାଜା ମାଉଜର ବ୍ୟବସାୟ କରୁଥିଲା କି, ଏବଂ ମିଲନ ମାଉଜର କେଉଁ କାରଣରୁ ଖରିଦ କରିବା ପାଇଁ ରାଜାକୁ ଟଙ୍କା ଦେଇଥିଲେ ସେ ସଂପର୍କିତ ପ୍ରଶ୍ନର ପୋଲିସ କୌଣସି ସ୍ପଷ୍ଟ କଥା କହିନଥିଲା । ଏଥିସହ ଶବଟି ଯେହେତୁ ୮୦ପ୍ରତିଶତ ନଷ୍ଟ ହୋଇଯାଇଥିଲା ତାହା ଭିସେରା କରିବାପରେ ରାଜାର ଶବ କି ନୁହେଁ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀରାଓ ପ୍ରକାଶ କରିଥିଲେ । ତେବେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ଛୁୂରା ଓ ଓଡି-୨୭ବି-୦୯୭୭, ଓଡି-୨୭ଏ-୭୧୩୧ ଦୁଇଟି ବାଇକ ଜବତ କରି ଅଧିକ ତଦ” ଚାଲୁରଖିଥିବା ପ୍ରକାଶ । ତେବେ ନିଖୋଜ ରାଜାର ଯେ ଏପରି ଏକ ହତ୍ୟାକାଣ୍ଡ ପୁଣି ନିଜ ଘରଠାରୁ ଅଳ୍ପ ଦୁରରେ ହୋଇଥିବ ତାହା କେହି ବିଶ୍ୱାସ କରିପାରୁ ନାହା”ି । ଏହି ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ସାଲେଷ୍ଟିନ ଟିଗା ଉପସ୍ଥିତଥିଲେ ।

Leave A Reply

Your email address will not be published.