ସତକୁ ମିଛ ଓ ମିଛକୁ ସତ କହିବାର ଓସ୍ତାଦ୍ ପାକିସ୍ତାନ

0 65

ଭାରତ ସହ ଭଲ ସମ୍ପର୍କ ଚାହୁଁଛୁ କହିଲେ ପାକ୍ ମନ୍ତ୍ରୀ

ଇସଲାମାବାଦ: ସତକୁ ମିଛ ଓ ମିଛକୁ ସତ କହିବାର ଓସ୍ତାଦ୍ ପାକିସ୍ତାନ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସତ ଓଗାଳିବା ପରେ ସାରା ଦୁନିଆରେ ପାକିସ୍ତାନର କାରନାମା ପଦାରେ ପଡ଼ିଛି । ନିଜେ ପାକିସ୍ତାନର ମନ୍ତ୍ରୀ ଏହି ସତ ଓଗାଳିଥିଲେ । ଏବେ ମନ୍ତ୍ରୀ ଫୱାଦ ହୁସେନ୍ ଚୌଧୁରୀ ନିଜ ମନ୍ତବ୍ୟରେ ୟୁ-ଟର୍ଣ୍ଣ ନେଇଛନ୍ତି । ଫୱାଦ ଚୌଧୁରୀ କହିଛନ୍ତି ଯେ ଆମେ ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ·ହୁଁଛୁ । ଇମ୍ରାନ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦ ଆହୁରି କହିଥିଲେ ଯେ ଆମେ ଭାରତରେ ପ୍ରବେଶ କରି ହତ୍ୟା କରିଛୁ । ପୁଲୱାମାରେ ଆମର ସଫଳତା ହେଉଛି ଇମ୍ରାନ ଖାନଙ୍କ ନେତୃତ୍ୱରେ ଏହି ଦେଶର ସଫଳତା । ଇମ୍ରାନ୍ ଖାନଙ୍କ ଦଳ ଏହି ଆତଙ୍କବାଦୀ ଆକ୍ରମଣର ପଛର ମୁଖ୍ୟ କାର୍ପେଟଦାର ବୋଲି ଫାୱେଦ କହିଥିଲେ । ଏବେ ଏହାକୁ ନେଇ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ରଖିବାକୁ ଯୋଜନା କରୁଥିବା ବେଳେ ଫାୱେଦ ୨୪ ଘଣ୍ଟା ମଧ୍ୟରେ ନିଜ ମନ୍ତବ୍ୟକୁ ଅନ୍ୟ ଅର୍ଥରେ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଫୱାଦ କହିଛନ୍ତି ଯେ ଏହା ଏକ ଗଣତାନ୍ତ୍ରିକ ଦେଶ । ବିରୋଧୀ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ରହିଛି । ଆମେ ଭାରତ ସହିତ ଭଲ ସମ୍ପର୍କ ·ହୁଁଛୁ । ଭାରତକୁ ଘୃଣା କରୁନାହୁଁ । ପାକିସ୍ତାନକୁ ବିରୋଧ କରି ବିଜେପି ହିଁ ଭୋଟ୍ ପାଇଥାଏ । ମୋର ମନ୍ତବ୍ୟକୁ ଭୁଲ୍ ଅର୍ଥରେ ନିଆଯାଉଛି ବୋଲି ଫାୱାଦ କହିଛନ୍ତି ।

Leave A Reply

Your email address will not be published.