ଭାରତର ପ୍ରମାଣ ଗ୍ୟାଙ୍ଗ କେବେବି ଦେଶର ସୁରକ୍ଷାକୁ ନେଇ ଚିନ୍ତା କରେନି : ରବିଶଙ୍କର ପ୍ରସାଦ

0 60

ନୂଆଦିଲ୍ଲୀ : ପୁଲୱାମାକୁ ନେଇ ପାକିସ୍ତାନର ସ୍ୱୀକାର ଉପରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଂଗ୍ରେସକୁ ତୀବ୍ର ଭର୍ତ୍ସନା କରିଛନ୍ତି । ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ପାକିସ୍ତାନ ଭାରତର ପ୍ରମାଣ ଗ୍ୟାଙ୍ଗକୁ ପ୍ରମାଣ ଦେଇଛି । ସେ କହିଛନ୍ତି ଯେ ପ୍ରମାଣ ଗ୍ୟାଙ୍ଗ ଭାରତର ସୁରକ୍ଷାକୁ ନେଇ ଚିନ୍ତା କରେନି କିମ୍ବା ଭାରତର ସାମରିକ ନୀତି ପାଇଁ ଚିନ୍ତା ନାହିଁ । ସେମାନେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିପରି ନୀଚ୍ଚା ଦେଖାଇବେ ତାହାକୁ ନେଇ ଚିନ୍ତା କରନ୍ତି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କି ଉରିରେ ସେନାର ବଳିଦାନକୁ ନେଇ କେଉଁମାନେ ପ୍ରମାଣ ମାଗିଥିଲେ? ଏପରିକି ପୁଲୱାମା ଆକ୍ରମଣ କେବଳ ନରେନ୍ଦ୍ର ମୋଦିଙ୍କୁ ଜିତାଇବା ପାଇଁ କରାଯାଇଛି ବୋଲି ସେମାନେ କହିବୁଲୁଥିଲେ । ବାଲାକୋଟ୍ ଉପରେ ଏୟାରଷ୍ଟ୍ରାଇକ୍କୁ ନେଇ କିଏ ପ୍ରମାଣ ମାଗୁଥିଲେ? ସେହିପରି ଅଭିନନ୍ଦନ ମାମଲାକୁ ନେଇ ରବିଶଙ୍କର କହିଛନ୍ତି କି ପାକିସ୍ତାନକୁ ଏହା ଭଲଭାବେ ଜଣାଥିଲା କି ଯଦି ଅଭିନ୍ଦନକୁ ନଛଡ଼ାଯାଏ ତେବେ ଭାରତରେ ନରେନ୍ଦ୍ର ମୋଦିଙ୍କ ସରକାର ପାକିସ୍ତାନକୁ ଛାଡ଼ିବ ନାହିଁ । ସେହିପରି କାଶ୍ମୀରରେ ୩ଜଣ ବିଜେପି ନେତାଙ୍କ ହତ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କି ପାକିସ୍ତାନରୁ ଆସୁଥିବା ଆତଙ୍କବାଦୀଙ୍କ ଦିନକାଳ ସରି ସରି ଆସୁଛି । ସେନାକୁ ନରେନ୍ଦ୍ର ମୋଦି ସରକାରଙ୍କ ଆଦେଶ ଏହା କି ତୁମେ ପ୍ରଥମେ ଗୁଳି ଚଳାଇବ ନାହିଁ କିନ୍ତୁ ପରେ ହାତ ଖୋଲି ଜବାବ ଦେବାକୁ ପ୍ରସ୍ତୁତ ଥିବ । ୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଦୁଃଖପ୍ରକାଶ ତ କରିଥିଲେ ସତ କିନ୍ତୁ ଉକ୍ତ ନେତାମାନଙ୍କ ସାହସକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.