ସୁପରହିରୋ ହେବେ କ୍ୟାଟ୍ରିନା

0 71

ମୁମ୍ବାଇ : ସୁପରହିରୋ ଫିଲ୍ମ ତିଆରି କରିବାରେ ହଲିଉଡ୍ ମାହିର୍ । ହଲିଉଡ୍ର ମେଗା ବଜେଟ୍ ଫିଲ୍ମରେ କେହି ନା କେହି ସୁପରହିରୋ ଭୂମିକାରେ ନଜର ଆସିଥାନ୍ତି । କିନ୍ତୁ ଯଦି ବଲିଉଡ୍କୁ ଦେଖିବା ତେବେ ସୁପରହିରୋ ଭିତ୍ତିକ ଚଳଚ୍ଚିତ୍ର ହେଉଛି କ୍ରିସ୍ ସିରିଜ୍ । କିନ୍ତୁ ଏହି ଟ୍ରେଣ୍ଡକୁ ଏବେ ବଦଳାଇବାର ପ୍ରୟାସ କରୁଛନ୍ତି ନିର୍ଦ୍ଦେଶକ ଅଲ୍ଲୀ ଆବାସ୍ ଜଫର ଯିଏକି ବହୁ ସୁପରହିରୋ ଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ ଯୋଜନାରେ ଅଛନ୍ତି । ଦୀର୍ଘଦିନରୁ ଅଲ୍ଲୀ ଭାରତରେ ସୁପରହିରୋ ବେଷ୍ଟ ଫିଲ୍ମ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଦୀର୍ଘଦିନର ଭାବିଥିବା ସ୍ୱପ୍ନ ତାଙ୍କର ପୂରଣ ହେବାକୁ ଯାଉଛି । ଏଥିରେ ସେ ଅଭିନେତ୍ରୀ ଭାବେ କ୍ୟାଟ୍ରିନା କୈଫ୍ଙ୍କୁ କାଷ୍ଟ କରିବାକୁ ଯାଉଛନ୍ତି । ଫିଲ୍ମରେ କ୍ୟାଟ୍ରିନା ଜଣେ ସୁପରହିରୋ ଚରିତ୍ରରେ ନଜର ଆସିବେ । ତେବେ ଆଶ୍ଚର୍ଯ୍ୟର ବିଷୟ ଏହା କି ଏଥିରେ କୌଣସି ପୁରୁଷ କଳାକାର ନାହାନ୍ତି । ସୁତରାଂ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବେ କ୍ୟାଟ୍ରିନାଙ୍କ ପାଇଁ ଏକ ଚାଲେଞ୍ଜ ସଦୃଶ ହୋଇଛି କହିଲେ ଭୁଲ୍ ହେବନାହିଁ ।

Leave A Reply

Your email address will not be published.