ଇସଲାମିକ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅତ୍ୟନ୍ତ ଜରୁରୀ : ଟ୍ରମ୍ପ୍

0 64

ୱାଶିଂଟନ : ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଦୃଢମନ୍ତବ୍ୟ ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କଟ୍ଟରପନ୍ଥୀ ଇସଲାମିକ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅତ୍ୟନ୍ତ ଜରୁରୀ । ଟ୍ରମ୍ପ ଗୁରୁବାର ଟୁଇଟ୍ କରି କହିଛନ୍ତି, ଫ୍ରାନ୍ସର ଲୋକଙ୍କ ସହ ଆମର ସମବେଦନା ରହିଛି । ଆତଙ୍କବାଦ ବିରୋଧରେ ଲଢେଇରେ ଆମେରିକା ତାର ସର୍ବ ପୁରାତନ ସହଯୋଗୀ ସହ ଛିଡା ହୋଇଛି । ଏହିପରି ଆକ୍ରମଣକୁ ଅଧିକ ସମୟ ସହ୍ୟ କରିପାରିବା ନାହିଁ । ଆମେରିକାର ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆହୁରି ଜୋରଦାର ବିରୋଧ କରିଛନ୍ତି । ଆଜି ଫ୍ରାନ୍ସର ନିସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣକାରୀଙ୍କ ଦ୍ୱାରା ଛୁରାମାଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଗତ ଦୁଇ ମାସ ମଧ୍ୟରେ ଫ୍ରାନ୍ସରେ ଏହା ହେଉଛି ତୃତୀୟ ଆକ୍ରମଣ । ନୋଟ୍ରଡ୍ରମ୍ ଚର୍ଚ୍ଚ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିିଙ୍କୁ ପୋଲିସ ଗିରଫ ସହ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.