ଦିଲ୍ଲୀରେ ଭୟଙ୍କର ରୂପ ଧାରଣା କଲାଣି କରୋନା

0 67

ନୂଆଦିଲ୍ଲୀ : ଦେଶରେ ପରିବର୍ତ୍ତିର୍ତ ଋତୁ ଏବଂ ପର୍ବପର୍ବାଣି ଓ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ପୁଣି ଥରେ କରୋନା ଅଧିକ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସମ୍ପ୍ରତି ପାର୍ବଣ ସମୟରେ କରୋନାଭାଇରସ୍ ନିୟମକୁ ଅଣଦେଖା କରିବାର ପ୍ରଭାବ ବର୍ତ୍ତମାନ ଦେଖାଯାଉଛି । ପ୍ରତିଦିନ କରୋନାର ନୂଆ ମାମଲା ଚିହ୍ନଟ ହେବାରେ ଦିଲ୍ଲୀ ରେକର୍ଡ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୫,୭୩୯ ଜଣ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ୪,୧୩୮ ଜଣ ରୋଗୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ଗୋଟିଏ ଦିନ ମଧ୍ୟରେ ୨୭ ଜଣଙ୍କର ଜୀବନ ନେଇଛି କରୋନା, ଯାହା ଗତ ଛଅ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ଏଥିସହିତ ସଂକ୍ରମଣ ହାର ମଧ୍ୟ ୯.୫୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ମଙ୍ଗଳବାର ଏବଂ ବୁଧବାର ଦିନ ସଂକ୍ରମଣର ନୂଆ ମାମଲା ଚିହ୍ନଟ ହେବାର ରେକର୍ଡ ଭାଙ୍ଗିଥିଲା । ମଙ୍ଗଳବାର ଦିନ ୪,୮୫୩ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ବୁଧବାର ଦିନ ଏହି ସଂଖ୍ୟା ୫,୬୭୩ ରେ ପହଞ୍ଚି ଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ମେଡିକାଲ ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ ଏପର୍ଯ୍ୟନ୍ତ ୩,୭୫,୭୫୩ ଲୋକ ଏହି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୩,୩୮,୩୭୮ ଲୋକ ଏହାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହିତ ପୁନରୁଦ୍ଧାର ହାର ୯୦.୦୫ ପ୍ରତିଶତ ରହିଛି ଏଥିସହିତ କରୋନାରୁ ୬,୪୨୩ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ହାର ୧.୭୧ ପ୍ରତିଶତ । ବର୍ତ୍ତମାନ ଦିଲ୍ଲୀରେ ୩୦,୯୫୨ ଜଣ ସକ୍ରିୟ ରୋଗୀ ଅଛନ୍ତି । ଏଥିମଧ୍ୟରୁ ୧୮,୦୬୯ ସଂକ୍ରମିତ ରୋଗୀ ଘରେ ଚିକିତ୍ସିତ ହେଉଛନ୍ତି । ୫,୮୫୪ ରୋଗୀ, କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଡାକ୍ତରଖାନାରେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.