୯ରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେବ ‘ଲକ୍ଷ୍ମୀ’

0 77

ଅକ୍ଷୟ କୁମାରଙ୍କ ଅପକମିଂ ମୁଭି ‘ଲକ୍ଷ୍ମୀ ବମ୍ବ’ର ନାମ ପରିବର୍ତ୍ତନ କରାଯାଇ ‘ଲକ୍ଷ୍ମୀ’ ରଖାଯାଇଛି । ଏବେ ଏହି ନାମରେ ନୂଆ ପୋଷ୍ଟର ଜାରି କରାଯାଇଛି । ଏହି ନୂଆ ପୋଷ୍ଟରରେ ଅକ୍ଷୟ କୁମାର ଓ କିଆରା ଆଡଭାନୀ ନଜର ଆସିଛନ୍ତି । ଆସନ୍ତା ମାସ ଅର୍ଥାତ ନଭେମ୍ବର ୯ ତାରିଖରେ ଏହି ଫିଲ୍ମକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ କରାଯିବ । ଏହାର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଥିବା ଦେଖାଯାଇଛି । ଏପରିସ୍ଥଳେ ପ୍ରଶଂସକମାନେ ଦୀର୍ଘଦିନ ହେବ ଏହି ଫିଲ୍ମର ରିଲିଜ୍କୁ ଚାତକ ପରି ଅନାଇ ବସିଛନ୍ତି । ଅକ୍ଷୟ କୁମାର ଟ୍ୱିଟରରେ ‘ଲକ୍ଷ୍ମୀ’ର ପୋଷ୍ଟର ସେୟାର କରି ଏହାର କ୍ୟାପସନ୍ରେ ଲେଖିଛନ୍ତି କି ଏବେ ପ୍ରତ୍ୟେକଙ୍କ ଘରେ ଆସିବ ଲକ୍ଷ୍ମୀ । ପୂରା ପରିବାର ନଭେମ୍ବର ୯କୁ ଅପେକ୍ଷା କରିଥାନ୍ତୁ । ଏହି ପୋଷ୍ଟରରେ କିଆରାଙ୍କ ଲୁକ୍କୁ ଫ୍ୟାନ୍ମାନଙ୍କୁ ଖୁବ୍ ପସନ୍ଦ ଆସିଛି । ତେବେ ‘ଲକ୍ଷ୍ମୀ ବମ୍ବ’ର ନାମ ପରିବର୍ତ୍ତନ କରି ‘ଲକ୍ଷ୍ମୀ’ କରିବା ପଛରେ ସେନ୍ସର ବୋର୍ଡ ପରାମର୍ଶ ଦେଇଥିଲା । ଏହି ପରାମର୍ଶକୁ ଅକ୍ଷୟ କୁମାରଙ୍କ ସହ ଫିଲ୍ମର କୋ-ପ୍ରଡ୍ୟୁସର ଶବିନା ଖାନ୍ ଓ ତୁଷାର କପୁର ସହଜରେ ଗ୍ରହଣ କରିନେଇଥିଲେ । ଏହି ଫିଲ୍ମକୁ ରାଘବ ଲୋରିନ୍ସ ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.