ହିମାଚଳରେ ବର୍ଷର ପ୍ରଥମ ବରଫପାତ

0 74

ତାପମାତ୍ରା ୦ରୁ ୦.୮ ଡିଗ୍ରୀରୁ କମ୍

ସିମଳା : ଶନିବାର ହିମାଚଳ ପ୍ରଦେଶର ଉଚ୍ଚ ପାହାଡ଼ ଇଲାକାରେ ପ୍ରବଳ ବରଫପାତ ହେବା ସହ ସବୁଠି ବରଫ ଚାଦରରେ ଆସ୍ତରଣ ଜମିଥିବା ପରିଲକ୍ଷିତ ହୋଇଥିଲା । ଯଦ୍ୱାରା କି ହିଲ୍ ଷ୍ଟେସନ୍ କେଲାଙ୍ଗ ଅଧିକ ଆକର୍ଷଣୀୟ ହୋଇଉଠିଛି । ଏଠାରେ ତାପମାତ୍ରା ଶୂନ୍ରୁ ୦.୮ ଡିଗ୍ରୀ ସେଲ୍ସିୟମ୍ ତଳେ ଥିବା ରେକର୍ଡ କରାଯାଇଛି । ଚଳିତବର୍ଷ ସିମ୍ଳାରେ ଏହା ପ୍ରଥମ ବରଫପାତ ଯାହାକି ଲାହୋଲ-ସ୍ପିତି ଜିଲ୍ଲାର କେଲାଙ୍ଗ ଓ ଏହାର ଆଖପାଖରେ ଦୃଶ୍ୟମାନ ହୋଇଛି । ମୌସୁମ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସିମ୍ଳା ଓ ମନାଲି ଯେଉଁଠାରେ ତାପମାତ୍ରାରେ ଯଥାକ୍ରମେ ୧୧.୪ ଡିଗ୍ରୀ ଓ ୪.୮ ଡିଗ୍ରୀ ସେଲ୍ସିୟମ୍ ଥିବା ରେକର୍ଡ କରାଯାଇଛି । ସିମ୍ଳା ନିକଟସ୍ଥ ପର୍ଯ୍ୟଟନସ୍ଥଳ କୁଫରୀରେ ନ୍ୟୁନତମ ତାପମାତ୍ରା ୯.୩ ଡିଗ୍ରୀ ସେଲ୍ସିୟମ୍ ଥିବାବେଳେ କିନ୍ନୋର ଜିଲ୍ଲାର କଳ୍ପାଠାରେ ୨.୩ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ କରାଯାଇଛି ।

Leave A Reply

Your email address will not be published.