ଆଜିଠୁ ଇନ୍ଦୋର-ପୁନେ ମଧ୍ୟରେ ଚାଲିବ ସ୍ପେଶାଲ ସୁପରଫାଷ୍ଟ ଟ୍ରେନ୍

0 78

ନୂଆଦିଲ୍ଲୀ : ଭାରତୀୟ ରେଲୱେ ପାର୍ବଣ ସିଜିନ୍ରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ଜୋନ୍ରେ ସ୍ପେଶାଲ ଟ୍ରେନ୍ ଚଳାଇବା ଆରମ୍ଭ କରିଛି । ଏହି କ୍ରମରେ ପଶ୍ଚିମ ରେଳବାଇ ଯାତ୍ରୀଙ୍କ ସୁବିଧା ଲାଗି ଇନ୍ଦୋର ଏବଂ ପୁନେ ମଧ୍ୟରେ ଏକ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ପଶ୍ଚିମ ରେଳବାଇ ଦ୍ୱାରା ମିଳିଥିବା ସୂଚନା ମୁତାବକ ଇନ୍ଦୋର-ପୁନେ ସ୍ପେଶାଲ ଟ୍ରେନ୍ର ବୁକିଂ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧, ୨୦୨୦ରୁ ଆରମ୍ଭ ହେବ । ଇନ୍ଦୋର-ପୁନେ ମଧ୍ୟରେ ଚାଲିବାକୁ ଥିବା ଏହି ସୁପରଫାଷ୍ଟ ଟ୍ରେନ୍ ପାଇଁ ଟିକଟ ବୁକିଂ ନିର୍ଦ୍ଧାରିତ ପିଆର୍ଏସ୍ କାଉଣ୍ଟର ଓ ଆଇଆର୍ଟିସି ଅଧିକାରୀସ୍ତରୀୟ ୱେବ୍ସାଇଟ୍ ଜରିଆରେ ମିଳିପାରିବ । ରେଲବାଇ ଦ୍ୱାରା ମିଳିଥିବା ସୂଚନା ମୁତାବକ ଇନ୍ଦୋର ଏବଂ ପୁନେ ମଧ୍ୟରେ ଏହି ଟ୍ରେନ୍ଟି ଭାୟା ବସଇ ରୋଡ୍ ଦେଇ ଚଳାଚଳ କରିବ ।

Leave A Reply

Your email address will not be published.