ଲଭ୍ ଜିହାଦ୍ ଉପରେ ଯୋଗୀ କଠୋର

0 86

ନସୁଧୁରିଲେ ରାମ ନାମ ସତ୍ୟର ଯାତ୍ରା ବାହାରିବ

ଦେବରିୟା : ଉତ୍ତରପ୍ରଦେଶର ଯୋଗୀ ସରକାର ଲଭ୍ ଜିହାଦ୍ ଉପରେ ଖୁବ୍ଶୀଘ୍ର ଅଙ୍କୁଶ ଲଗାଇବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦେବରିୟାଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି କି ଗତକାଲି ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ଆସିଥିଲା କି କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଗ୍ରହଣୀୟ ନୁହେଁ । ସରକାର ଖୁବ୍ଶୀଘ୍ର ଲଭ୍ ଜିହାଦ୍ ଉପରେ ଅଙ୍କୁଶ ଆଣିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି କି ଆମେ ଏ ଦିଗରେ ନୂଆ ଆଇନ୍ ପ୍ରଣୟନ କରିବାକୁ ଯାଉଛନ୍ତି । ମୁଁ ସେହି ଲୋକମାନଙ୍କୁ ଚେତାବନୀ ଦେଉଛି କି ଯିଏ ନିଜର ପରିଚୟ ଲୁଚାଉଥିବ ଓ ଆମ ଭଉଣୀଙ୍କ ସମ୍ମାନ ସହ ଖେଳିବାକୁ ଚେଷ୍ଟା କରୁଥିବେ । ଯଦି ଆପଣମାନେ ନସୁଧୁରିବେ ତେବେ ଆପଣମାନଙ୍କ ରାମ ନାମ ସତ୍ୟର ଯାତ୍ରା ବାହାରିବା ସୁନିଶ୍ଚିତ ବୋଲି ଯୋଗୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.