‘ଭାରତର ସମ୍ବିଧାନକୁ ଚାଲେଞ୍ଜ ଦେଇ ଚୀନଠୁ ସହାୟତା ନେବା କହୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଆଣ୍ଡାମାନ୍ ପଠାଯାଉ’

0 82

ମୁମ୍ବାଇ : ଜାମ୍ମୁ-କାଶ୍ମୀରକୁ ନେଇ ନ୍ୟାସନାଲ୍ କନଫରେନ୍ସ ପ୍ରମୁଖ ଫାରୁକ୍ ଅବଦୁଲ୍ଲା ଓ ପିଡିପି ପ୍ରମୁଖ ମେହବୁବା ମୁଫ୍ତିଙ୍କ ବୟାନକୁ ଶିବସେନା ଜବରଦସ୍ତ ଆକ୍ରମଣ କରିଛି । ଶିବସେନା କହିଛି କି ଯଦି କେହି ଭାରତର ସମ୍ବିଧାନକୁ ଚାଲେଞ୍ଜ ଦେବା ପାଇଁ ଚୀନ୍ଠୁ ସହାୟତାର ନେବାର କଥା କହୁଥାଏ ତାକୁ ଜେଲ୍କୁ ପଠାଇଦେବା ଉଚିତ୍ । ମେହବୁବା ମୁଫ୍ତି ଅନୁଚ୍ଛେଦ ୩୭୦ ଉପରେ ଦେଇଥିବା ବୟାନକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଶନିବାର କହିଛନ୍ତି ସେ ଫାରୁକ୍ ଅବଦୁଲ୍ଲା ହୁଅନ୍ତୁ ଅବା ମେହବୁବା ମୁଫ୍ତି, ଯଦି କେହି ଭାରତର ସମ୍ବିଧାନକୁ ଚାଲେଞ୍ଜ ଦେବା ପାଇଁ ଚୀନ୍ ଠୁ ସହାୟତାର ନେବାର କଥା କହୁଥାଏ ତେବେ ତାଙ୍କୁ ଗିରଫ କରି ୧୦ ବର୍ଷ ପାଇଁ ଆଣ୍ଡାମନ ପଠାଇଦେବା ଉଚିତ୍, ସେଭଳି ବ୍ୟକ୍ତି କିଭଳି ମୁକ୍ତ ଭାବେ ବିଚରଣ କରୁଛନ୍ତି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶନିବାର କହିଛନ୍ତି କି ମହାରାଷ୍ଟ୍ରର ରାଜନୀତି ପୁନେ ଠାରୁ ଆରମ୍ଭ ହୋଇଥାଏ । ବାଲ୍ ଥାକ୍ରେ ଯେ ପର୍ଯ୍ୟନ୍ତ ଥିଲେ ସେ ପର୍ଯ୍ୟନ୍ତ ମୁମ୍ବାଇରୁ ରାଜନୀତି ହେଉଥିଲା । କରୋନା ସଂକଟ ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେଙ୍କ ନେତୃତ୍ୱରେ ବହୁତ ଭଲ କାମ ହୋଇଛି । ଫଳରେ କରୋନା ଏବେ ନିୟନ୍ତ୍ରଣରେ ରହିଛି ।

Leave A Reply

Your email address will not be published.