ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତିକୁ ନିର୍ବାଚନ କମିଶନଙ୍କ କ୍ଲିନଚିଟ୍

0 83

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନ କହିଛନ୍ତି । ଏହାର ଅର୍ଥ ମାଗଣା କରୋନା ଟିକା ବିବାଦରେ ବିଜେପିକୁ ଇସି କ୍ଲିନଚିଟ୍ ଦେଇଛନ୍ତି ।
ନିକଟରେ ବିଧାନସଭା ର୍ନିବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ତେବେ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଓ ଏଭଳି ପ୍ରତିଶ୍ରୁତି ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ତେବେ ନିର୍ବାଚନ କମିଶନ ଆଚରଣ ବିଧି ଆଇନ ପାର୍ଟ ଭିଆଇଆଇଆଇ ଅନୁଯାୟୀ ବିଜେପି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରୁନାହିଁ ବୋଲି କହିଛନ୍ତି । ଲୋକସଭା ର୍ନିବାଚନ ବେଳେ କଂଗ୍ରେସ ଜାରି କରିଥିବା ନ୍ୟାୟ ସ୍କିମକୁ ମଧ୍ୟ ଏହି ଆଧାରରେ ର୍ନିବାଚନ କମିଶନ କ୍ଲିନଚିଟ୍ ଦେଇଥିଲେ । ଅକ୍ଟୋବର ୨୨ରେ ବିଜେପି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରିଥିଲେ । ଏଥିରେ ସେ କହିଥିଲେ ଯେ ବିଜେପି ଓ ଜେଡିୟୁ ବିହାରରେ କ୍ଷମତା ବଜାୟୀ ରଖିଲେ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ତେବେ କେନ୍ଦ୍ର ସରକାରଙ୍କ ମେସିନାରୀକୁ ବିଜେପି ରାଜନୀତିରେ ବ୍ୟବହାର କରି ଲୋକଙ୍କୁ ମାଗଣାରେ ଟିକା ଦେବା କଥା କହୁଥିବା ବିରୋଧୀ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.