ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ

0 64

ମାଲକାନଗିରି (ଡିକେ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ। ଆଜି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ପ୍ରତିଷ୍ଠା ହେଲା ନୂତନ ବିଏସଏଫ କ୍ୟାମ୍ପ। ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଜାନବାଇ, ଯନ୍ତାପାଇ, ହନ୍ତାଳଗୁଡ଼ା ଏବଂ ଦାରଲାବେଡା ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ ହୋଇଥିଲା। ଏବେ ଆଉ ପାଦେ ଆଗକୁ ବଢି ବର୍ତ୍ତମାନ ଗୋରାସେତୁ ଯେଉଁଠି କି ବର୍ତ୍ତମାନ ମଧ୍ୟ ମାଓବାଦୀ ଙ୍କର ଗତିବିଧି ସକ୍ରିୟ ଥିଲା। ଏହାସହ ସେଠାରେ ମାଓ କ୍ୟାମ୍ପ ମଧ୍ୟ ଥିଲା। କିନ୍ତୁ ସେସବୁ ଖାତିର ନ କରି ଆଜି ଓଡିଶା ପୋଲିସ ଏବଂ ବିଏସଏଫ ର ମିଳିତ ଉଦ୍ୟମରେ ସ୍ଥାପନ ହୋଇଛି ବିଏସଏଫ କ୍ୟାମ୍ପ। ଏହାସହ ମାଓଗଡ଼ ର ଛାତିରେ ଉଡିଲା ତ୍ରିରଙ୍ଗା। ତେବେ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ଦ୍ୱାରା ଆଗକୁ ଅଞ୍ଚଳରେ ରାସ୍ତାଘାଟ ହେବା ସହ ସରକାର ଙ୍କର ସବୁ ଯୋଜନା ସେଠାରେ ପହଞ୍ଚିବ ବୋଲି ଗୋରାସେତୁବାସୀ କହିଛନ୍ତି। ଏହାସହ ସେମାନଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି। କ୍ୟାମ୍ପ ହେବା ଦ୍ୱାରା ଆଗକୁ ୩ ଟି ପଞ୍ଚାୟତ ଯଥା:- ପଣସପୁଟ, ଯନ୍ତ୍ରୀ ଏବଂ ଅଣ୍ଡରାପାଲ୍ଲୀ ର ଲୋକେ ମାଓବାଦୀ ଙ୍କୁ ଭୟ ନ କରି ସୁରକ୍ଷା ରେ ରହିବା ସହ ଅଞ୍ଚଳର ବିକାଶ ହେବ ବୋଲି ମାଲକାନଗିରି ଏସପି ଡି. ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି। ତ୍ରିରଙ୍ଗା ପତାକା କୁ ବିଏସଏଫ ଡିଆଇଜି ଏସ.କେ ସିଂ ଉତ୍ତୋଳନ କରିଥିଲେ। ଦିନକୁ ଦିନ ମାଓବାଦୀ ଙ୍କର ଗତିବିଧି ସ୍ୱାଭିମାନ ଅଞ୍ଚଳରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.