ପିଇବା ପାଣିର ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

0 59

କୋଲନରା:- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତ ଅନକ।ବ।ଡି ଗ୍ରାମ ରେ ପିଇବା ପାଣି ର ଅସୁବିଧା ଦେଖିବାକୁ ମିଳିଛି । ଗ୍ରାମରେ ସର୍ବ ମୋଟ ପ୍ରାୟ 80 ଟି ପରିବାର ବସବାସ କରନ୍ତି । 80 ଗୋଟି ପରିବାର କୁ ପାଞ୍ଚ ଗୋଟି ନଳକୂପ ଥିବା ବେଳେ ଦୈନିକ ବ୍ୟବହାର କରୁଥିବା ନଳକୂପ ଖରାପ ହୋଇ ପଡ଼ିଛି । ପାଞ୍ଚ ଦିନ ହେବ ପିଇବା ପାଣି ପାଇଁ ମଧ୍ୟ ବହୁତ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ସମସ୍ୟା ସମ୍ପର୍କରେ ପଞ୍ଚାୟତ ଠାରୁ ପଞ୍ଚାୟତ ସମିତି ପର୍ଯ୍ୟନ୍ତ ସାଧାରଣ ନଳକୂପ ଭଲ କଲେ ତଳ ସାହି ର କୋମଳ ମତି ଶିଶୁ ମାନଙ୍କ ମଙ୍ଗଳ ହେବ ବୋଲି ବ୍ଲକ ପ୍ରଶାସନ ର ସାହାଯ୍ୟ କୁ ଅନେଇ ବସିଛୁ ।ପାଣି ର ଅଭାଵ ଥିବା ଯୋଗୁଁ ଲୋକେ ବାଧ୍ୟ ହୋଇ ଝୋରଣା ପାଣି ବ୍ୟବହାର କରୁଛନ୍ତି । ଯେଉଁ ସ୍ଥାନରେ ପାଣି ବ୍ୟବହାର କରୁଛନ୍ତି ସେହି ସ୍ଥାନରେ ପଥର ମିଲ ବା କ୍ରସର ଗୋଟିଏ ଅଛି । ଯେଉଁ ଥିରୁ କି ପଥର ଗୁଣ ପବନରେ ଉଡ଼ି ଫସଲ ନଷ୍ଟ କରିବା ସହ ପାଣି ରେ ମଧ୍ୟ ପଥର ଗୁଣ୍ଡ ପଡୁଛି । ସେଇ ପଥର ଗୁଣ୍ଡ ପଡ଼ିବ। ପାଣି ବ୍ୟବହାର କରି କୋମଳ ମୋତି ଶିଶୁ ମାନେ ନାହିଁ ନ ଥିବା ବେମାର ର ପୀଡ଼ିତ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।ଅନକାବାଡ଼ି ଗ୍ରାମ ର କଲୋନୀ ତଳ ସାହି ଲୋକମାନେ କେବେ ପିଇବା ପାଣି ର ବ୍ୟବସ୍ଥା ପାଇବେ ଅପେକ୍ଷା ରେ ଗ୍ରାମବାସୀ ।

Leave A Reply

Your email address will not be published.