ପୁଲୱାମା ସତ ବିରୋଧୀଙ୍କ ଅସଲ ଚେହେରା ଖୋଲି ଦେଇଛି : ମୋଦି

0 61

ପାଟଣା: ବିହାର ବିଧାନସଭା ପାଇଁ ଜାରି ରହିଛି ଜୋରଦାର ପ୍ର·ର । ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ପୁଣି ଗଢ଼ିବା ପାଇଁ ପିଏମ୍ ମୋଦି ଘନଘନ ପ୍ର·ର କରୁଛନ୍ତି । ରବିବାର ଛପରାରେ ନିର୍ବାଚନ ରାଲି କରିଛନ୍ତି ମୋଦି । ସଭାରେ ମୋଦି ମହାମେଣ୍ଟ ଉପରେ ଶାଣିତ ଆକ୍ରମଣ କରିଛନ୍ତି । ପିଏମ୍ ମୋଦି ରାହୁଲ ଗାନ୍ଧି ଓ ତେଜସ୍ୱୀ ଯାଦବଙ୍କୁ ନେଇ କହିଛନ୍ତି ଆଜି ବିହାରରେ ଡବଲ ଇଞ୍ଜିନ୍ ସରକାର ଅଛି । ଅନ୍ୟପଟେ ଡବଲ ଯୁବରାଜ ଅଛନ୍ତି । ସେଥିରୁ ଜଣେ ଜଙ୍ଗଲରାଜର ଯୁବରାଜ । ମୋଦି କହିଛନ୍ତି ୩ରୁ ୪ ବର୍ଷ ତଳେ ଉତ୍ତରପ୍ରଦେଶ ନିର୍ବାଚନ ବେଳେ ଡବଲ-ଡବଲ ଯୁବରାଜ କଳା ଜ୍ୟାକେଟ୍ ପିନ୍ଧି ବସ୍ ଉପରେ ଚଢ଼ି ଲୋକଙ୍କୁ ହାଥ ହଲାଉଥିଲେ । ୟୁପିରେ ଜନତା ସେମାନଙ୍କୁ ଚିହ୍ନି ସାରିଥିଲେ ଓ ଉଭୟଙ୍କୁ ଘରକୁ ଫେରାଇ ଦେଇଥିଲେ । ସେଥିରୁ ଜଣେ ଯୁବରାଜଙ୍କ ସହ ଏବେ ଜଙ୍ଗଲରାଜର ଯୁବରାଜ ମିଶିଛନ୍ତି । ୟୁପିରେ ଡବଲ-ଡବଲ ଯୁବରାଜଙ୍କ ଅବସ୍ଥା ଯେମିତି ହୋଇଥିଲା, ବିହାରରେ ବି ସେମିତି ହେବ । ପିଏମ୍ ମୋଦି କହିଛନ୍ତି ୨ରୁ ୩ ଦିନ ତଳେ ପଡ଼ୋଶୀ ଦେଶ ପୁଲୱାମା ଆକ୍ରମଣର ସତକୁ ମାନି ନେଇଛି । ଏହି ସତ ବିରୋଧୀଙ୍କ ଅସଲ ଚେହେରା ଖୋଲି ଦେଇଛି । ସେମାନେ ଆକ୍ରମଣ ପରେ ମିଥ୍ୟା ଖବର ପ୍ରସାରିତ କରୁଥିଲେ । ଦେଶରେ ·ରିଆଡ଼େ ବିକାଶ ହେଉଛି, ଆପଣ ସେହି ଶକ୍ତିଠାରୁ ସାବଧାନ ରୁହନ୍ତୁ ଯେଉଁମାନେ ସେମାନଙ୍କ ରାଜନୈତିକ ସ୍ୱାର୍ଥ୍ୱ ଚରିତାର୍ଥ ପାଇଁ ଦେଶହିତ ବିରୋଧରେ ଯିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।

Leave A Reply

Your email address will not be published.