ଘରୋଇ ହସ୍ପିଟାଲରେ ଗଣଦୁଷ୍କର୍ମ ପରେ ହତ୍ୟା!

0 73

ଲକ୍ଷେ୍ନø: ଉତ୍ତରପ୍ରଦେଶର କୌଶାମ୍ବିରୁ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଅଭିଯୋଗ । କୌଶାମ୍ବି ଜନପଦରେ ମଞ୍ଝନପୁର କୋତବାଲି ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଘଟଣା ପରେ ମୃତକଙ୍କ ପିତା ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମାଜିଷ୍ଟ୍ରେଟ ତଦନ୍ତ ଦାବି କରିଛନ୍ତି । ତଦନ୍ତରୁ ହସ୍ପିଟାଲର ଚିକିତ୍ସକ ଓ କର୍ମ·ରୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସତ ପ୍ରମାଣିତ ହୋଇଛି । ଯାହାପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମଞ୍ଝନପୁର କୋତବାଲି ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ମାମଲା ରୁଜୁ ପରେ ହସ୍ପିଟାଲର ଅଧିକାଂଶ କର୍ମ·ରୀ ଫେରାର୍ ହୋଇ ଯାଇଛନ୍ତି । କୋଖରାଜ ଥାନା ଅଞ୍ଚଳର ଏକ ଗାଁର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଜ୍ୱର ହେବା ପରେ ପରିବାର ଲୋକ ସମଦା ସ୍ଥିତ ହସ୍ପିଟାଲ ନ୍ୟୁ ତେଜମତିରେ ପ୍ରାୟ ମାସକ ତଳେ ଭର୍ତ୍ତି କରିଥିଲେ । ଚିକିତ୍ସା ବେଳେ ଯୁବତୀ ହସ୍ପିଟାଲର ଡାକ୍ତର ଓ କର୍ମ·ରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଘଟଣା ସମ୍ପର୍କରେ ଘର ଲୋକଙ୍କୁ କହିଥିଲେ ଯୁବତୀ ପରିବାର ଲୋକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଡାକ୍ତର ଯୁବତୀଙ୍କ ମସ୍ତିଷ୍କ ଠିକ୍ ନଥିବା କହି ମାମଲାକୁ ·ପି ଦେଇଥିଲେ । କିନ୍ତୁ ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ଅଭିଯୋଗକୁ ଆହୁରି ରୋଚକ କରି ଦେଇଥିଲା । ଯୁବତୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପୀଡ଼ିତ ପରିବାର ଅକ୍ଟୋବର ୧୩ରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ମାଗିଥିଲେ । ଯାହା ଉପରେ ଜିଲ୍ଲାପାଳ ମାମଲାର ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଡିଏମ୍ (ନ୍ୟାୟିକ) ବିଶ୍ରାମ ଯାଦବଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଚିକିତ୍ସାଧାକାରୀ ଓ ଜିଲ୍ଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀ ମିଳିତ ଭାବେ ତଦନ୍ତ କରିଥିଲେ । ଯାଞ୍ଚ ପରେ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ମିଳିବା ପରେ ମଞ୍ଝନପୁର ପୋଲିସ ହସ୍ପିଟାଲର ଡାକ୍ତର ଓ କର୍ମ·ରୀଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ଭଳି ଗମ୍ଭୀର ଧାରାରେ ମାମଲା ରୁଜୁ କରିଥିଲା । ହସ୍ପିଟାଲର ଡାକ୍ତର ଓ କର୍ମ·ରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.