କରୋନା ପ୍ରକୋପ

0 81

ବ୍ରିଟେନରେ ୧ ମାସ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲଣ୍ଡନ: ସାରା ଦୁନିଆରେ କରୋନା ମହାମାରୀ କମିବା ବଦଳରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନା ଅଧିକ ସାଙ୍ଘାତିକ ହେବାରେ ଲାଗିଛି । ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି । କରୋନା ବିପଦକୁ ଆଖି ଆଗରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ ମାସେ ପର୍ଯ୍ୟନ୍ତ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ରହିବ । ଲକଡାଉନ୍ ଅବଧି ନଭେମ୍ବର ୫ରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ । ଏହି ମାସିକିଆ ଲକଡାଉନ୍ ଦ୍ୱାରା ଏବେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଓ ଦୈନନ୍ଦିକ ଜୀବିକା ଉପରେ କଟକଣା ଲଗାଯାଇଛି । ପିଏମ୍ ଜନସନ୍ କହିଛନ୍ତି, ·ରି ସପ୍ତାହ ପରେ ସ୍ଥିତି ସମୀକ୍ଷା କରାଯିବ ଏବଂ ଲକଡାଉନକୁ ଆଗକୁ ବାଯିବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ । ଲକଡାଉନ୍ ସମୟରେ ସମସ୍ତେ ନିଜ ନିଜର ଘରୁ ଖାଦ୍ୟ ସାମଗ୍ରୀ, ମେସିଡିନ୍, ବ୍ୟାୟାମ ଓ ପାଠପଢ଼ା କାମରେ ହିଁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆବଶ୍ୟକ ପଡ଼େ, ତାହେଲେ ଅଫିସ୍ କାମ ଘରୁ କରିବା ପାଇଁ କୁହାଯାଇଛି । ତେବେ ସ୍କୁଲ ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ସୂଚନାଯୋଗ୍ୟ ୟୁରୋପରେ ପୁଣିଥରେ କରୋନା ମାମଲା ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ୍ କରାଯାଇଛି । ଇଂଲଣ୍ଡରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାରୁ ପୁଣି ଲକଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.