ଆସନ୍ତା ବର୍ଷ ଜୁନ ମାସରେ କରୋନା ଟିକା ଆଣିବ ଭାରତ ବାୟୋଟେକ୍

0 79

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜୁନ ମାସ ଭିତରେ ଲୋକଙ୍କ ପାଇଁ କରୋନା ଟିକା ଆଣିବ ଭାରତ ବାୟୋଟେକ । ଭାରତର ନିୟାମକ ସଂସ୍ଥା ଏନେଇ ଅନୁମତି ଦେଲେ ଖୁବଶିଘ୍ର ଟିକା ପ୍ରସ୍ତୁତ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିସହ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାର ସଫଳ ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି । କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକା ଆଇସିଏମଆର ଓ ଏନଆଇଭିର ସହଯୋଗରେ ତିଆରି ହେଉଛି । ଡିସିଜିଆଇ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ଅନୁମତି ମିଳି ସାରିଛି । ଚଳିତ ମାସ ଏହାର ପରୀକ୍ଷଣ ହେବ ୟ ୧୪ଟି ରାଜ୍ୟର ୨୫ରୁ ୩୦ଟି କୋଭିଡ ହସ୍ପିଟାଲରେ ଏହି ପରୀକ୍ଷଣ ହେବ । କୋଭାକ୍ସିନ ଟିକା ତିଆରି ପାଇଁ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ଟିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲେ ସରକାରଙ୍କ ସହ ଘରୋଇ ସଂସ୍ଥାକୁ ମଧ୍ୟ ବିକ୍ରି କରାଯିବ ବୋଲି ଯୋଜନା କରାଯାଇଛି । ଏଥିସହ ଅନ୍ୟ ଦେଶ ସହ ମଧ୍ୟ ଆଲୋଚନା ·ଲିଛି ୟ ଏପର୍ଯ୍ୟନ୍ତ ଟିକାର ମୁଲ୍ୟକୁ ନେଇ କୌଣସି ପ୍ରକାର ଆକଳନ କରାଯାଇନାହିଁ ।

Leave A Reply

Your email address will not be published.