ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ

0 59

୧୧ଟା ସୁଦ୍ଧା ୨୬.୨୪ % ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି  ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତ।  ସକାଳ ୯ଟା ସୁଦ୍ଧା ହାରାହାରି ୯.୮୧% ମତଦାନ ହୋଇଥିବାବେଳେ ର୍ପୂବାହ୍ନ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ମତଦାନ ହୋଇଛି। ଦିନ ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହାରାହାରି ୨୬.୨୪ ପ୍ରତିଶତ ମତଦାନ ହୋଇଛି ବାଲେଶ୍ୱରରେ ୨୭.୬ ପ୍ରତିଶତ ମତଦାନ ହୋଇଥିବାବେଳେ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଛି । ଯେଉଁଠି ମକପୋଲ୍ ସମୟରେ ତ୍ରୁଟି ଜଣାପଡୁଛି, ସେହି ସବୁ ସ୍ଥାନରେ ତ୍ରୁଟି ସୁଧୁରା ଯାଇଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ।

Leave A Reply

Your email address will not be published.