ଆମେରିକାରେ ଭାରତୀୟ ଯୁବକଙ୍କୁ ନିର୍ମମ ହତ୍ୟା

0 65

ହାଇଦ୍ରାବାଦ: ଆମେରିକାର ଜର୍ଜିୟାରେ ଜଣେ ଭାରତୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ମୃତକ ଜଣକ ହାଇଦ୍ରାବାଦର ବାସିନ୍ଦା ହୋଉଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବରେ ବାରମ୍ବାର ଛୁରାମାଡ଼ କରି ହତ୍ୟା କରାଯାଇଛି । ଏବେ ପୀଡ଼ିତଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆମେରିକାରେ ଭାରତୀୟ ଯୁବକଙ୍କ ହତ୍ୟା କରାଯାଇଛି । ଘର ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାଁ ମହମ୍ମଦ ଆଫିଫ୍ ମୋହିଉଦ୍ଦୀନ ବୋଲି କୁହାଯାଉଛି । ଗତ ୧୦ ବର୍ଷ ହେଲା ଜର୍ଜିୟାରେ ରହୁଥିବା ବେଳେ କିରାଣୀ ଦୋକାନ କରି ନିଜର ଜୀବନଜୀବିକା ର୍ନିବାହ କରୁଥିଲେ । ମହମ୍ମଦ ଆରିଫଙ୍କ ସ୍ତ୍ରୀ ମେହନାଜ ଫାତିମା କହିଛନ୍ତି ଯେ, ମୋ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମୋ ବାପାଙ୍କୁ ଏମରଜେନ୍ସି ଭିସାରେ ଆମେରିକା ଯିବାର ବନ୍ଦୋବସ୍ତ କରାଇବାକୁ ମୁଁ ସରକାରଙ୍କୁ ଅନୁରୋଧ କରିଛି । ଫାତିମା ପୁଣି କହିଛନ୍ତି, ରବିବାର ସକାଳ ୯ଟାରେ ସେ ଆରିଫଙ୍କ ସହ ଫୋନରେ କଥା ହୋଇଥିଲେ । ଏତିକି ବେଳେ ଆରିଫ୍ ତାଙ୍କୁ କହିଥିଲେ ଯେ, ଅଧା ଘଣ୍ଟା ଭିତରେ ପୁଣି ଫୋନ୍ କରିବେ । ହେଲେ ପରେ ସେ ଫୋନ୍ କରି ନଥିଲେ । ଏହାପରେ ଆରିଫଙ୍କ ଭଉଣୀ କହିଥିଲେ ଯେ, କେତେଜଣ ଦୁର୍ବୃତ୍ତ ଛୁରାମାଡ଼ କରି ଆରିଫଙ୍କୁ ହତ୍ୟା କରିଛନ୍ତି । ଆରିଫଙ୍କ ମୃତଦେହ ଜର୍ଜିୟାର ଏକ ହସ୍ପିଟାଲରେ ଅଛି । ସେଠାରେ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନାହାନ୍ତି । ତେଲେଙ୍ଗାନା ପାର୍ଟି ମଜଲିସ ବଚାଓ ତହରିକର ପ୍ରବକ୍ତା ଉଲ୍ଲାହ ଖାନ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଆମେରିକାର ଭାରତୀୟ ଦୂତାବାସଙ୍କୁ ମୃତକଙ୍କ ପରିବାର ପକ୍ଷରୁ ପତ୍ର ଲେଖିଛନ୍ତି । ପୁଲିସ ଘଟଣାର ସିସିଟିଭି ଫୁଟେଜ୍ ବାହାର କରିଛି । ଏଥିରେ ମହମ୍ମଦ ଆରିଫଙ୍କ କିରାଣୀ ଦୋକାନରେ ଏକାଧିକ ଆକ୍ରମଣକାରୀଙ୍କ ସହ ଜଣେ କର୍ମ·ରୀ ଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.