ପୁଣି ହେବ ଶ୍ରୀଜୀଉଙ୍କ ନାଗାର୍ଜ୍ଜୁନ ବେଶ !

0 73

ପୁରୀ: ଆସନ୍ତାବର୍ଷ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜ୍ଜୁନ ବେଶ । ଶ୍ରୀମନ୍ଦିର ପରି·ଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୧ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ହେଲେ ଏହି ବେଶ ଆସନ୍ତାବର୍ଷ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ଜଣାପଡିବ । କରୋନା କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଏଥର ନାଗାର୍ଜ୍ଜୁନ ବେଶରୁ ବଞ୍ଚିତ ହେବେ ଭକ୍ତ । ହେଲେ ୧୯୯୩ ଏବଂ ୧୯୯୪ ମସିହାରେ ଲଗାତାର ଭାବେ ଯେଉଁଭଳି ମହାପ୍ରଭୁ ଦୁଇଥର ନାଗାର୍ଜ୍ଜୁନ ବେଶରେ ଦର୍ଶନ ଦେଇଥିଲେ ସେହିଭଳି ଯୋଗ ଆଗକୁ ଫିଟିବାର ସମ୍ଭାବନା ରହିଛି । ଚଳିତବର୍ଷ ଆସନ୍ତା ୨୭ତାରିଖରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବ ।

Leave A Reply

Your email address will not be published.