କ୍ରୀଡ଼ାବିତ୍ଙ୍କୁ ମିଳିବ ଅନ୍ଲାଇନ୍ ସେବା

0 68

ଭୁବନେଶ୍ୱର : ମଙ୍ଗଳବାର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ଡାଟା ସେଣ୍ଟର, ଷ୍ଟେଟ୍ ଡାସବୋର୍ଡ ଏବଂ ସମସ୍ତ ଜନକଲ୍ୟାଣ ସେବା ଗୋଟିଏ ଅନଲାଇନ ପ୍ଲାଟଫର୍ମ ଜରିଆରେ ଉପଲବ୍ଧ ହେବାଭଳି ୱେବ୍ ପୋର୍ଟାଲ୍ “ଓଡ଼ିଶା-ୱାନ୍’ ଆରମ୍ଭ ହେବ । ଏହା କିଭଳି ଶୀଘ୍ର ଲୋକାର୍ପଣ ହେବ ସେଥିନେଇ ଆଲୋଚନା ହୋଇଥିଲା । ଏଥିସହିତ ବୁକିଂ ସୁବିଧା, ୱେଟେଜ୍ ସାର୍ଟିଫିକେଟ୍, କ୍ରୀଡାବିତ୍ଙ୍କ ପରିଚୟପତ୍ର ଏବଂ ଅଭାବି କ୍ରୀଡାବିତ୍ଙ୍କ ପେନସନ୍ ଆଦି ଯୋଜନା ଅନଲାଇନ ଜରିଆରେ ସେବା ଯୋଗାଇଦେବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱ ଦେଇଥିଲେ । ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ କ୍ରୀଡାକୁ ବାଧ୍ୟତାମୂଳକ ବିଷୟରେ ସାମିଲ କରିବା ନେଇ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିଭାଗୀୟ ଶାସନ ସଚିବ ବିଶାଲ୍ କୁମାର ଦେବ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲେ । ଏଥିସହିତ ନିକଟରେ ପ୍ରତିଷ୍ଠା ହୋଇଥିବା ହାଇପର୍ଫରମାନ୍ସ୍ ସେଣ୍ଟରଗୁଡିକର କାର୍ଯ୍ୟକାରିତା ନେଇ ମନ୍ତ୍ରୀ ଶ୍ରୀ ବେହେରା ସଚିବ ଶ୍ରୀ ଦେବଙ୍କ ସହିତ ବିଷଦ ଆଲୋଚନା କରିଥିଲେ । ସେହିପରି ମନ୍ତ୍ରୀ ଶ୍ରୀ ବେହେରା ଇଲୋକେଫ୍ରାନିକ୍ସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର ଏବଂ ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ସହିତ ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା କେଭିଡ୍ ମ୍ୟାନେଜମେଣ୍ଟ କଲସେଣ୍ଟରର କାର୍ଯ୍ୟକାରିତା, ହୋମ୍ କ୍ୱାରାଣ୍ଟାଇନରେ ଥିବା କୋଭିଡ୍ ଆକ୍ରାନ୍ତଙ୍କ ନିୟମିତ ସ୍ୱାସ୍ଥ୍ୟ ତଦାରଖ ବିଷୟରେ ସମୀକ୍ଷା କରିଥିଲେ । କ୍ରୀଡା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ ନୂଆ କ୍ରୀଡାନୀତିର ଶୀଘ୍ର ପ୍ରଣୟନ ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.