0 79

ଚଳିତ ମାସରେ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର: ଚଳିତ ମାସରେ ଖୋଲିବ ସ୍କୁଲ୍‌। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଛନ୍ତି। ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ। ଯଦି ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନ ହୁଅନ୍ତି, ତା’ହେଲେ ଅନ୍‌ଲାଇନ୍‌ କ୍ଲାସ୍‌ ବ୍ୟବସ୍ଥା କରାଯିବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। ମନ୍ତ୍ରୀ ଆହୁରି କହିଛନ୍ତି, କରୋନା ପାଇଁ ୩୦% ସିଲାବସ୍ ହ୍ରାସ ହୋଇଛି। ତେଣୁ ଆଉ କମିବନି। ବାକି ୭୦% ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।

Leave A Reply

Your email address will not be published.