ବର୍ଷେ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ଜୋର୍

0 74

ଅମିତ୍ ଶାହାଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ

କୋଲକାତା, ୫ ।୧୧: ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ଜୋର୍ ଧରିଛି । ରାଜନୈତିକ ଦଳଗୁଡ଼ିକ ଏବେଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହି କ୍ରମରେ ନିର୍ବାଚନ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ରମନ୍ତ୍ରୀ ତଥା ପାର୍ଟିର ବରିଷ୍ଠ ନେତା ଅମିତ ଶାହା ୨ଦିନିଆ ଗସ୍ତରେ ଯାଇଛନ୍ତି । ଆସନ୍ତା ବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ଅମିତ୍ ଶାହା ସେଠାକୁ ଯାଇଛନ୍ତ । ଏହି ଅବସରରେ ସେ ଆଦିବାସୀ ଏବଂ ଶରଣାର୍ଥୀମାନଙ୍କ ପରିବାର ଲୋକଙ୍କ ସହ ଦ୍ୱିପହର ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏପଟେ କିନ୍ତୁ ଶାହାଙ୍କ ଗସ୍ତକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିହିଁକି ଉଠିଛନ୍ତି । ଏପରି କି ଶାହଙ୍କ “ଲଞ୍ଚ୍ ଡିପ୍ଲୋମେସି’ ପୂର୍ବରୁ ମମତା ନିଜର ଗୋଟି ଚଳାଇଛନ୍ତି । ଆଦିବାସୀ ତଥା ଶରଣାର୍ଥୀ ଭୋଟ ହାତେଇବାକୁ ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି ରାଜନୈତିକ ଦଳ । ଶାହାଙ୍କ ଲଞ୍ଚ୍ ଡିପ୍ଲୋମେସିକୁ ମାତ୍ ଦେବାକୁ ମମତା ଆଗୁଆ ଗୋଟି ଚଳାଇଛନ୍ତି । ଆଦିବାସୀ, ପଛୁଆ ବର୍ଗ ତଥା ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରି ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି । ଆସନ୍ତା କାଲି ଶ୍ରୀ ଶାହା କୋଲକାତାରେ ଏକାଧିକ ବୈଠକରେ ମଧ୍ୟ ସାମିଲ ହେବେ ।

Leave A Reply

Your email address will not be published.