ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଧମକ ଦେବା ମାମଲା

0 70

ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସମନ

ନୂଆଦିଲ୍ଲୀ, ୬ ।୧୧: ଜଣଙ୍କୁ ନ୍ୟାୟ ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । ସମନ କରିବାକୁ ଯାଇ ସରକାର କୌଣସି ବ୍ୟକ୍ତିଙ୍କୁ ଧମକ ଦେବା ଭଳି ଭାଷାର ପ୍ରୟୋଗ କରିପାରିବେ ନାହିଁ । ଏଭଳି ହେବାର ଅର୍ଥ ନ୍ୟାୟକ ପ୍ରକ୍ରିୟାକୁ ସରକାର ଉଲ୍ଲଂଘନ କରୁଛନ୍ତି । ମହାରାଷ୍ଟ୍ର ବିଧାନସଭା ରିପବ୍ଲିକ ଟିଭିର ମାଲିକ ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ. ଏ ବୋବଡେ ଏହା କହିଛନ୍ତି । ଏଥିସହ ଦୁଇ ସପ୍ତାହ ମଧ୍ୟରେ ବିଧାନସଭା ସଚିବଙ୍କୁ ଏଭଳି କରିବା ପଛର କାରଣ ଦର୍ଶାଇବାକୁ ଲିଖିତ ଆକାରରେ କହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମନ୍ତ୍ରୀଙ୍କ ବାବଦରେ ଅର୍ଣ୍ଣବ ଅଶୋଭନୀୟ ଆଚରଣ ଏବଂ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭା ଗୋସ୍ୱାମୀଙ୍କ ବିରୋଧରେ ସେପ୍ଟେମ୍ୱର ୧୬ରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲା । ଏମିତିକି ସମନ ଚିଠିରେ ଦିପାବଳୀରେ ଜେଲ୍ ଭିତରେ ରହିବାକୁ ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିବା ରିପବ୍ଲିକ୍ ଟିଭି କହିଛି । ଏହି ଚିଠି ଗୋପନୀୟ ରଖିବାକୁ ହେବ ବୋଲି ମହାରାଷ୍ଟ୍ର ବିଧାନସଭା ସଚିବ ଚିଠିରେ ଉଲ୍ଲେଖ କରିଥିଲେ । ଏହାପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୋସ୍ୱାମୀ । ସିଜେଆଇ ମାମଲାର ଶୁଣାଣି କରି କହିଛନ୍ତି, ଧାରା ୩୨ ଅନୁଯାୟୀ ସରକାର ନ୍ୟାୟକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛନ୍ତି । ମାମଲାର ସମାଧାନ ପାଇଁ ଆମିକସ କ୍ୟୁରି ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୋସ୍ୱାମୀଙ୍କୁ ବିଧାନସଭା ଦେଇଥିବା ସମନ୍ ଧମକ ଦେବା ସହିତ ସମାନ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏମିତିକି ଗୋସ୍ୱାମୀଙ୍କୁ ଏହି ମାମଲାର ଗିରଫ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ତେବେ ଅମଲାତନ୍ତ୍ର ସମସ୍ତ ଆଇନ୍ ବାବଦରେ ଜାଣି ମଧ୍ୟ ଏଭଳି କରିବା ଅଶୋଭନୀୟ । ଏବେ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ରିପବ୍ଲିକ୍ ଟିଭି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସୂଚନା ରହିଛି । ହେଲେ ଶିବସେନା ନେତୃତ୍ୱାଧୀନ ଉଦ୍ଧବ ସରକାର ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହିଁ ।

Leave A Reply

Your email address will not be published.