ସେନାର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି ପୁଣି ବିବାଦରେ ମେହବୁବା ମୁଫତି

0 72

ନୂଆଦିଲ୍ଲୀ, ୬ ।୧୧: ଦେଶର ଜାତୀୟ ପତାକା “ତ୍ରିରଙ୍ଗା’କୁ ଅସମ୍ମାନ କରିବା ପରେ ଏବେ ପୁଣିଥରେ ଦେଶର ସେନାର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି ଅଡ଼ୁଆରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଯଦି ସାହାସ ଅଛି ତାହେଲେ ଚାଇନା ଆଗରେ ଦକ୍ଷତା ଦେଖାଅ ବୋଲି ମେହବୁବା କହିଛନ୍ତି ।ମୁଫତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ବିଜେପି ସରକାର ବିରୋଧରେ ବର୍ଷିଥିଲେ । ଏହାପରେ ସେ କହିଥିଲେ ମୋଦି ସରକାର ଚାଇନା ଆଗରେ ମତ ବ୍ୟକ୍ତ କରିବାର ସାହାସ ନାହିଁ ।
ଗୁଲଓ୍ୱାନ ଉପତ୍ୟକାରେ ଭାରତର ୧୦୦୦ ସ୍କୋୟାର ଫୁଟ୍ ଜାଗା ବେଜିଂ ଅକ୍ତିଆର କରି ରଖିଛି ବୋଲି ମୁଫତି ଅଭିଯୋଗ କରିଛନ୍ତି । ହେଲେ କୌଣସି ମନ୍ତ୍ରୀ ଏ ବାବଦରେ ମତ ରଖିନାହାନ୍ତି ବୋଲି ମୁଫତି କହିଛନ୍ତି ।ସେ ଆହୁରି କହିଛନ୍ତି ଯେ, ତାଙ୍କ ବାପା ମୁଫତି ମହମ୍ମଦ ସୟଦଙ୍କ ସ୍ୱପ୍ନ ଥିଲା ଜମ୍ମୁ କଶ୍ନୀର ପାକିସ୍ତାନ ଓ ଚାଇନା ମାମଲାର ବ୍ରିଜ୍ ହେବା ଦରକାର । ଏବେ ମଧ୍ୟ ଭାରତ ସରକାର ଏହି ସୟଦଙ୍କ ଚିନ୍ତାଧାରାକୁ ଆଧାର କରି ପାକିସ୍ତାନ ଓ ଚାଇନା ମାମଲାରେ ଜମ୍ମୁ କଶ୍ମୀରକୁ ସମାଧାନର ବାଟ ବୋଲି ମୁଫତି କହିଛନ୍ତି ।ନିକଟରେ ମୁଫତିଙ୍କ ଉପରେ ଲାଗିଥିବା ପିଏସି ଆକ୍ଟକୁ ସରକାର ପ୍ରତ୍ୟାହାର କରିଥିଲେ । ଏହାପରେ ସେ ଜାତୀୟ ପତାକା ଧରିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ସେ ଏବେ ବିବାଦରେ ରହିଛନ୍ତି ।

Leave A Reply

Your email address will not be published.