ଅର୍ଥନୀତିରେ ଉନ୍ନତି, ନିଯୁକ୍ତିରେ ହ୍ରାସ

0 71

ନୂଆଦିଲ୍ଲୀ ୬ ।୧୧ : ଅର୍ଥନୀତିରେ ଉନ୍ନତି ସତ୍ତେ୍ୱ ଅକ୍ଟୋବରରେ ନିଯୁକ୍ତି ୫.୫ ଲକ୍ଷ ହ୍ରାସ ପାଇଛି । ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ତଥ୍ୟ ଦ୍ୱାରା ଏହି ତଥ୍ୟ ପ୍ରକାଶ ପାଇଛି । ସେପ୍ଟେମ୍ବର ୨୦୨୦ରେ ବେକାରୀ ହାର ୬.୭ ପ୍ରତିଶତକୁ ଖସି ଆସିଥିଲା, କିନ୍ତୁ ଅକ୍ଟୋବରରେ ଏହା ପୁଣି ୭ ପ୍ରତିଶତକୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ସମସ୍ତଙ୍କ ଆଖି ଏହି ମାସ ଶେଷ ସୁଦ୍ଧା ଜିଡିପି ଆକଳନ ଉପରେ ରହିଛି । ଜିଡିପିରୁ କେବଳ ଅର୍ଥନୀତିର ପ୍ରକୃତ ଚିତ୍ର ପ୍ରକାଶ ପାଇବ । ସିଏମ୍ଆଇଇ କହିଛି ଯେ ଅନେକ କିଛି ସଂକେତରୁ ସୂଚନା ମିଳୁଛି କି ଅକ୍ଟୋବର ମଧ୍ୟଭାଗରେ ଶ୍ରମ ବଜାର ସ୍ଥିର ହୋଇଯାଇଥିଲା କିମ୍ବା ଏହାର ଅବସ୍ଥା ବିଗିଡି ଯାଇଥିଲା । ତଥ୍ୟ ଅନୁଯାୟୀ, କରୋନା ଲକ୍ଡାଉନ୍ ପରେ ମଇ, ଜୁନ୍ ଏବଂ ଜୁଲାଇରେ ନିଯୁକ୍ତି ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ପରେ ଏହା ଖରାପ ହୋଇଯାଇଥିଲା । ଅଗଷ୍ଟ, ସେପ୍ଟେମ୍ବର ଏବଂ ବର୍ତ୍ତମାନ ଅକ୍ଟୋବରରେ ବିଶେଷ କିଛି ଉନ୍ନତି ହୋଇନାହିଁ । ରୋଜଗାରର ଉନ୍ନତିର ସ୍ତର ଲକଡାଉନ୍ର ପୂର୍ବ ପର୍ଯ୍ୟାୟ ଠାରୁ ବହୁ ଦୂରରେ ରହିଛି । ଉଲ୍ଲେଖନୀୟ କଥା ହେଉଛି, ଅକ୍ଟୋବର ଏକ ଉତ୍ସବର ମାସ ଏବଂ ଏହା ମଧ୍ୟ ଖରିଫ ଫସଲ ବୁଣିବାର ମାସ । ଏହି ମାସରେ ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ନିର୍ବାଚନୀ ପରିବେଶ ଦେଖିବାକୁ ମିଳିଥଛି । କିନ୍ତୁ ଏହି ଶ୍ରମିକମାନଙ୍କ ·ହିଦାରେ କୌଣସି ବିଶେଷ ଉନ୍ନତି ହୋଇନାହିଁ । ସିଏମ୍ଆଇଇ ଅନୁଯାୟୀ, ଅକ୍ଟୋବରରେ ଶ୍ରମ ଅଂଶଗ୍ରହଣ ହାର ୪୦.୬୬ ପ୍ରତିଶତ ଥିଲା, ଯାହା ସେପ୍ଟେମ୍ବର ମାସ ସହିତ ସମାନ । ଅର୍ଥାତ୍ ଏଥିରେ କୌଣସି ଉନ୍ନତି ହୋଇନାହିଁ । ଏକ ବର୍ଷ ପୂର୍ବେ ଅର୍ଥାତ୍ ଅକ୍ଟୋବର ୨୦୧୯ରେ ଏହା ୪୨.୯ ପ୍ରତିଶତ ଥିଲା । ଏହି ସଂଖ୍ୟା ଚିନ୍ତାଜନକ କାରଣ ଲକଡାଉନ୍ ପୂର୍ବରୁ ଶ୍ରମ ଅଂଶଗ୍ରହଣ ହାର ୪୨ ପ୍ରତିଶତରୁ କମ୍ ହୋଇନଥିଲା । ତେଣୁ ଅକ୍ଟୋବରରେ ଶ୍ରମ ଅଂଶଗ୍ରହଣ ହାର ଫେବୃଆରୀ ପୂର୍ବରୁ ଦେଖାଯାଇଥିବା ସ୍ତରଠାରୁ ବହୁତ କମ୍ ଅଟେ ।

Leave A Reply

Your email address will not be published.