ମହାକାଶରୁ ରହି ଆମେରିକା ନିର୍ବାଚନ ପାଇଁ ଭୋଟ୍ ଦେଲେ କେଟ୍ ରୁବିନ୍ସ

0 79

ୱାଶିଂଟନ୍ ୬ ।୧୧ : କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବହୁତ ପ୍ରଭାବ ପକାଇଛି । ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନାକୁ ଭୟ କରି ମତଦାନରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ ଏହି ସମୟ ମଧ୍ୟରେ ଜଣେ ଆମେରିକୀୟ ମହାକାଶ·ରୀ ପୃଥିବୀଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ମହାକାଶରୁ ଏହି ନିର୍ବାଚନରେ ଭୋଟ୍ ଦେଇଛନ୍ତି । କେଟ୍ ରୁବିନ୍ସ ନାମକ ଏହି ମହାକାଶ·ରୀ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଉପସ୍ଥିତ ଅଛନ୍ତି । ନ୍ୟାସନାଲ ଏରୋନେଟିକ୍ସ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) ସହିତ ଏକ ବାର୍ତ୍ତାଳାପରେ କେଟ୍ ଏହି ପ୍ରକ୍ରିୟାକୁ ବୁଝାଇଥିଲେ । ୪୨ ବର୍ଷ ବୟସ୍କା ମହାକାଶ·ରୀ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ଦେଶ ବାହାରେ ଭୋଟ୍ ଦିଅନ୍ତି ଏହି ପ୍ରକ୍ରିୟା କିଛି ମାତ୍ରାରେ ସମାନ । ସେ କହିଥିଲେ ଯେ ଯେତେବେଳେ ସେ ଫେଡେରାଲ ପୋଷ୍ଟକାର୍ଡ ଆବେଦନ ପୂରଣ କରିଥିଲେ ସେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେହେତୁ ମହାକାଶ·ରୀମାନେ ସେମାନଙ୍କ ପ୍ରଶିକ୍ଷଣ ପାଇଁ ହ୍ୟୁଷ୍ଟନକୁ ଆସନ୍ତି, ଅଧିକାଂଶ ମହାକାଶ·ରୀମାନେ ଟେକ୍ସାସର ନାଗରିକ ଭାବରେ ଭୋଟ୍ ଦିଅନ୍ତି । କିନ୍ତୁ ଯଦି କୌଣସି ମହାକାଶ·ରୀ ନିଜ ସହରର ନାଗରିକ ଭାବରେ ମହାକାଶରୁ ଭୋଟ୍ ଦେବାକୁ ·ହାଁନ୍ତି, ତେବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି ।

Leave A Reply

Your email address will not be published.