ଋଷ-ପାକିସ୍ତାନର ନିକଟତର, ଚିନ୍ତାରେ ଭାରତ

0 69

ନୂଆଦିଲ୍ଲୀ, ୬ ।୧୧ : ରୁଷ ଏବଂ ପାକିସ୍ତାନର ନିକଟତରତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମିଳିତ ସାମରିକ ଅଭ୍ୟାସ ପାଇଁ ଋଷର ଏକ ଦଳ ଗୁରୁବାର ଦିନ ପାକିସ୍ତାନରେ ପହଞ୍ଚିଛନ୍ତି । ପାକିସ୍ତାନ ଏବଂ ଋଷ ସେନାର ଏହି ମିଳିତ ସାମରିକ ଅଭ୍ୟାସକୁ ଦ୍ରଜର୍ବା-୫ ରଖାଯାଇଛି । ପାକିସ୍ତାନ ସେନା ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛି । ପାକ୍ ସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ହେଉଛି ପାକିସ୍ତାନ ଏବଂ ଋଷ ମଧ୍ୟରେ ପଞ୍ଚମ ମିଳିତ ସାମରିକ ଅଭ୍ୟାସ । ଏହି ମିଳିତ ଅଭ୍ୟାସ ଦୁଇ ସପ୍ତାହ ପର୍ଯ୍ୟନ୍ତ ·ଲିବ । ବିବୃତ୍ତିରେ କୁହାଯାଇଛି ଯେ ଆତଙ୍କବାଦ ମୁକାବିଲା କରିବାରେ ଉଭୟ ଦେଶର ସୈନ୍ୟବାହିନୀର ଅଭିଜ୍ଞତା ବାଣ୍ଟିବା ଏହି ଅଭ୍ୟାସର ମୂଳ ଲକ୍ଷ୍ୟ । ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଅନୁଯାୟୀ, ଏହି ସାମରିକ ଅଭ୍ୟାସରେ ଆକାଶ ଡାଇଭିଂ ଏବଂ ବନ୍ଧକ ମୁକ୍ତ ହେବା ଭଳି କାର୍ଯ୍ୟକଳାପ ରହିବ । ପ୍ରତିବର୍ଷ ପାକିସ୍ତାନ-ଋଷର ମିଳିତ ସାମରିକ ଅଭ୍ୟାସ ଦ୍ରଜର୍ବା ଅନୁଷ୍ଠିତ ହୋଇଥାଏ । ୨୦୧୬ ପରଠାରୁ ପାକିସ୍ତାନ ଏବଂ ଋଷର ବାହିନୀ ମିଳିତ ଅଭ୍ୟାସ କରୁଛନ୍ତି । ଏଥିରେ ଆତଙ୍କବାଦ ବିରୋଧୀ ଏବଂ ସ୍ୱତନ୍ତ୍ର ସାମରିକ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ । ପରନ୍ତୁ ପାକିସ୍ତାନ ସହ ଋଷର ସାମରିକ ଭାଗିଦାରୀକୁ ନେଇ ଭାରତ ସର୍ବଦା ବିରୋଧ ପ୍ରଦର୍ଶନ କରିଆସିଛି । ଆତଙ୍କବାଦକୁ ସୁରକ୍ଷା ଦେଉଥିବା ପାକିସ୍ତାନ ସହ ସହଯୋଗ କରିବା ଭୁଲ ବୋଲି ଋଷ ନିକଟରେ ଭାରତ ବାରମ୍ବାର ଆପତ୍ତି କରିଆସୁଛି ଏବଂ ଏହାଦ୍ୱାରା ସମସ୍ୟା ବୃଦ୍ଧି ପାଇବ । ତେବେ ଋଷ ଭାରତର ଆପତ୍ତିକୁ ଅଣଦେଖା କରିଆସୁଛି । ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନର ସେନା ମଧ୍ୟ ଋଷର ଅସତରାଖାନରେ ‘କାୱାକଜ୍ ୨୦୨୦’ ସାମରିକ ଅଭ୍ୟାସରେ ଭାଗ ନେଇଥିଲା । ଗତବର୍ଷ ପାକିସ୍ତାନ ଋଷର ସାମରିକ ବ୍ୟାୟାମ କେନ୍ଦ୍ର ୨୦୧୯ରେ ଅଂଶଗ୍ରହଣ କରିଥିଲା । ଏହି ସାମରିକ ଅଭ୍ୟାସରେ କାଜାଖସ୍ତାନ, ର୍କିଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ମଧ୍ୟ ଅଂଶଗ୍ରହଣ କରିଥିଲେ । ଶୀତଳ ଯୁଦ୍ଧ ସମୟରେ ଋଷର ଚିରାଚରିତ ବିରୋଧୀ ଆମେରିକା ସହ ପାକିସ୍ତାନ ଥିଲା । ତେବେ ବର୍ତ୍ତମାନ ଋଷ ଓ ପାକିସ୍ତାନର ନିକଟତର ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତ କିଛିବର୍ଷ ମଧ୍ୟରେ ଋଷ ତାଲିବାନ ସହ ଯୋଗାଯୋଗ ବୃଦ୍ଧି କରିଥିବାବେଳେ ଭାରତର ଆଭିମୁଖ୍ୟ କିନ୍ତୁ ବିପରୀତ । ତାଲିବାନ ବିରୋଧରେ ଋଷ ନିଜେ ଉତ୍ତର ଆଲାଇନ୍ସକୁ ସମର୍ଥନ କରିଆସୁଛି । ତାଲିବାନ ଉପରେ ପାକିସ୍ତାନର ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଆଫଗାନିସ୍ତାନର ନୂତନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଋଷ ପାକିସ୍ତାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖୁଛି । ୨୦୧୬ରେ ଚୀନ୍, ପାକିସ୍ଥାନ ଏବଂ ଋଷ ମଧ୍ୟ ଆଫଗାନିସ୍ତାନ ଉପରେ ଏକ ବୈଠକ କରିଥିଲେ, କିନ୍ତୁ ଏଥିରେ ଆଫଗାନିସ୍ତାନ ପ୍ରତିନିଧୀଙ୍କୁ ଅନ୍ତର୍ଭୁକ୍ତ କରାଯାଇନଥିଲା । ସମାଲୋଚନା ପରେ ଆଫଗାନିସ୍ତାନ, ଇରାନ ଏବଂ ଭାରତ ଅନ୍ତର୍ଭୁକ୍ତ ହୋଇଥିଲେ । ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ସାମରିକ ସହାୟତା ବନ୍ଦ କରାଯାଇଥିଲା । ବର୍ତ୍ତମାନ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ନାହିଁ । ଯେଉଁଥିପାଇଁ ପାକିସ୍ତାନ ଋଷ ଏବଂ ଚୀନ୍ ସହିତ ଏହାର ଭବିଷ୍ୟତକୁ ଦେଖୁଛି ।

Leave A Reply

Your email address will not be published.