ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଓରକେଲ ପୋଲିସ ର ମିଳିତ ଉଦ୍ୟମରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ମଦ ଚଢ଼ାଉ ହୋଇଥିଲା। ଓରକେଲ ଥାନା ଅନ୍ତର୍ଗତ ସୋରଲୁକୋଣ୍ଡା, ଉରମାଗୁଡା, ବାଲିମେଳା ଏବଂ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୩, ରାୟପୁର ଆଦି ଅଞ୍ଚଳରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମୁହାଁ ମୁହିଁ।ଆଜି ର ଚଢ଼ାଉ ରେ ୬ ଟି କେଶ ମାମଲା ରୁଜୁ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୪ ଟି କେଶ ବୁକ ହୋଇଥିବା ବେଳେ ୨ ଟି କେଶ ଓରକେଲ ଥାନା ପକ୍ଷରୁ ରୁଜୁ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ମୁକେ ମାଡକାମୀ, ଗଙ୍ଗା ମାଡକାମୀ ଉରମାଗୁଡା ଗ୍ରାମ, ଦୁଲା କବାସୀ ସୋରଲୁକୋଣ୍ଡା ର ହୋଇଥିବା ବେଳେ ଲକ୍ଷ୍ମଣ ଗୋଲୋରୀ, ଘାସିରାମ ପାଙ୍ଗି ଡାଇକ-୩ ସ୍ଥିତ ରାୟପୁର ଅଂଚଳର ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏହି ଚଢ଼ାଉ ରେ ୨୫୦୦ କିଲୋ ର ମହୁଲପୋଚ ଏବଂ ୧୫୦୦ ଲିଟର ମହୁଲ ମଦ ଜବତ ହୋଇଛି। ତେବେ ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗ ର ଏପରି ଲଗାତାର ଚଢ଼ାଉ କରାଯିବ ବୋଲି ଅବକାରୀ ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି। କୋଭିଡ କାଳୀନ ସମୟ ମଧ୍ୟରେ ଦୋଷୀ ଙ୍କୁ ଗିରଫ କରାନଯାଇ କେବଳ ନୋଟିସ କରାଯାଉଥିବା ହେତୁ ଦେଶୀ ମଦ ବିକ୍ରି କରୁଥିବା ବେପାରୀ ମାନେ ଖୁଲମଖୁଲା ଏପରି ସାହସ କରୁଥିବା ଅବକାରୀ ବିଭାଗ ସୂଚନା ଦେଇଛି।
Attachments area
ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ମଦ ଚଢ଼ାଉ
Prev Post
Next Post