ବାଇଡେନଙ୍କ ରାଜନୈତିକ ଯାତ୍ରା

0 79

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଚିତ୍ର ବର୍ତ୍ତମାନ ଆପାତତଃ ସ୍ଥିର ହୋଇସାରିଛି । ଡେମୋକ୍ରାଟ୍ସ ପ୍ରାର୍ଥୀ ଜୋ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ରାଜ୍ୟରେ ପଛରେ ଅଛନ୍ତି, ଯାହା ପରେ ଜୋ ବାଇଡେନଙ୍କ ବିଜୟ ଆନୁଷ୍ଠାନିକ ଘୋଷଣା କେବଳ ବାକି ରହିଛି । ବର୍ତ୍ତମାନ ଯେତେବେଳେ ବାଇଡେନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଭାବରେ ପରିଗଣିତ ଆମେରିକାର ମାଲିକ ହେବାକୁ ଯାଉଛନ୍ତି ସେତେବେଳେ ସାରା ବିଶ୍ୱର ନଜର ତାଙ୍କ ଉପରେ ରହିଛି । ସମସ୍ତେ ସେମାନଙ୍କର ନୀତି ବିଷୟରେ ଜାଣିବାକୁ ଉକ୍ରଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଏଭଳି ପରିସ୍ଥିତିରେ ବାଇଡେନଙ୍କ ରାଜନୈତିକ ଯାତ୍ରା କିପରି ରହିଛି ଏବଂ ପାଞ୍ଚ ଦଶନ୍ଧି ଧରି ସଂଗ୍ରାମ ପରେ ସେ କିପରି ଏହି ସିଂହାସନ ହାସଲ କରିବାକୁ ଯାଉଛନ୍ତି ଆସନ୍ତୁ ତା’ ଉପରେ ନଜର ପକାଇବା….
୭୭ ବର୍ଷୀୟ ଜୋ ବାଇଡେନ ପ୍ରାୟ ୫୦ ବର୍ଷ ଧରି ଆମେରିକୀୟ ରାଜନୀତିରେ ସକ୍ରିୟ ରହିଛନ୍ତି । ବାଇଡେନ ଜଣେ ଓକିଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ରାଜନୀତିରେ ପାଦ ଦେଇଥିଲେ । ୧୯୭୨ ମସିହାରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଡେଲାବେୟର ନ୍ୟୁ କାଉଣ୍ଟିରୁ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ୧୦ ଲେନ ବିଶିଷ୍ଟ ରାଜପଥ ପାଇଁ ସ୍ୱର ଉଠାଇଥିଲେ ।
୧୯୭୨ ମସିହାରେ ଜୋ ବାଇଡେନ ଆମେରିକାର ସିନେଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ସେ ୧୯୭୩ ରେ ଡେଲାବେୟରରୁ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ । ବାଇଡେନ ଏଠାରୁ ୨୦୦୯ ପର୍ଯ୍ୟନ୍ତ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ । ସେହିବର୍ଷ ସେ ବାରାକ ଓବାମାଙ୍କ ପ୍ରଶାସନରେ ଉପରାଷ୍ଟ୍ରପତି ହୋଇଥିଲେ । ଫଳରେ ତାଙ୍କୁ ସିନେଟର ପଦ ଛାଡ଼ିବାକୁ ପଡ଼ିଥିଲା ।
ବାଇଡେନ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ହେବା ପଥରେ ଅଛନ୍ତି, କିନ୍ତୁ ତାଙ୍କ ପାଇଁ ଏହି ରାସ୍ତା ଏତେଟା ସହଜ ନଥିଲା । ଜୋ ବାଇଡେନ ତାଙ୍କ ରାଜନୈତିକ କ୍ୟାରିୟରରେ ୩ଥର ରାଷ୍ଟ୍ରପତି ହେବାରେ ଚେଷ୍ଟା କରିଥିଲେ, କିନ୍ତୁ ଏହାପୂର୍ବରୁ ଦୁଇଥର ତାଙ୍କ ପ୍ରୟାସରେ କିଛି ନା କିଛି ବାଧକ ସାଜିଥିଲା ।
୧୯୮୭ରେ ପ୍ରଥମ ଜୋ ବାଇଡେନ ରାଷ୍ଟ୍ରପତିଙ୍କ ପାଇଁ ନିଜ ଭାଗ୍ୟ ଚେଷ୍ଟା କରିଥିଲେ । ସେ ମଧ୍ୟ ଡେମୋକ୍ରାଟ୍ସ ପକ୍ଷରୁ ପ୍ରାଥମିକତା ସହ ଲଢ଼ିଥିଲେ । ଯେତେବେଳେ ଜୋ ବିଡେନ ୧୯୮୮ ନିର୍ବାଚନ ପାଇଁ ପ୍ର·ର ଆରମ୍ଭ କରିଥିଲେ, ସେତେବେଳେ ସେ ଏକ ଭାଷଣ ଚୋରି କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ଅସ୍ତ୍ରୋପ·ର ହେତୁ ତାଙ୍କୁ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ପଡିଥିଲା ।
ଏହା ପରେ, ତାଙ୍କ ଅଭିଯାନ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୫ରେ ତାଙ୍କ ପୁଅଙ୍କ ମୃତ୍ୟୁ ଯୋଗୁଁ ସେ ପ୍ରତିଦ୍ୱ­ନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ସେ ତୃତୀୟ ଥର ପାଇଁ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ଓ ଏଥିରେ ସଫଳ ହୋଇଛନ୍ତି ।
ଜୋ ବାଇଡେନ କାଉଣ୍ଟିରେ ପ୍ରଥମେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରେ ସିନେଟର, ଉପରାଷ୍ଟ୍ରପତି ଏବଂ ବର୍ତ୍ତମାନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜୀବନ ଖୁବ୍ ଯନ୍ତ୍ରଣା ଓ ସଂଘର୍ଷମୟ ଥିଲା । ୨୦ ନଭେମ୍ବର ୧୯୪୨ରେ ଜନ୍ମ ହୋଇଥିବା ଜୋ ବାଇଡେନଙ୍କୁ ପେନସିଲଭାନିଆରୁ ଡେଲାବେୟରକୁ ଅଳ୍ପ ବୟସରେ ସ୍ଥାନାନ୍ତର ହେବାକୁ ପଡିଥିଲା କାରଣ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା ।
ବାଇଡେନ ୧୯୬୬ ରେ ନୀଲା ହଣ୍ଟରଙ୍କୁ ବିବାହ କରିଥିଲେ । ବିବାହର ୬ ବର୍ଷ ପରେ ଅର୍ଥାତ ୧୯୭୨ରେ ଏକ ଦୁର୍ଘଟଣା ଯୋଗୁଁ ସେ ତାଙ୍କ ପତ୍ନୀ ଓ ୧ ବର୍ଷର ଝିଅକୁ ହରାଇଥିଲେ । ଏହି ଦୁର୍ଘଟଣାରେ ତାଙ୍କର ଦୁଇ ପୁଅ ଗୁରୁତର ଆହତ ହୋଇଥିବାବେଳେ ବିଡେନ ମଧ୍ୟ ସିନେଟର ଭାବରେ ପ୍ରଥମ ଥର ପାଇଁ ଡାକ୍ତରଖାନାରେ ଶପଥ ନେଇଥିଲେ । ଏହା ପରେ ଜୋ ବିଡେନଙ୍କ ପୁଅ ବିଉ ବିଡେନ ୨୦୧୫ ରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ ।

Leave A Reply

Your email address will not be published.