ମତଦାନ ସମୟରେ ସୁରକ୍ଷାକର୍ମୀଙ୍କ ସହ ଭୋଟରଙ୍କ ସଂଘର୍ଷ,୩ ଗିରଫ

0 74

ପାଟନା : ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ପୂର୍ଣ୍ଣିୟାରୁ ଏକ ବଡ ଖବର ଆସିଛି । ଏଠାରେ ବୁଥ୍ ନମ୍ବର ୨୮୨ରେ ସୁରକ୍ଷା ବାହିନୀ ସହିତ ଭୋଟରଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ସୂଚନାଯୋଗ୍ୟ ଯେ ଭୋଟ୍ ଦେବା ପାଇଁ ଲାଇନରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସିଏସ୍ଏଫ୍ ଯବାନଙ୍କ ଦ୍ୱାରା ମାଡ଼ ମରାଯିବା ପରେ ବିବାଦ ଘନେଇଥିଲା । ବିବାଦ ଉଗ୍ରରୂପ ଧାରଣ କରିବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏପରିକି ସୁରକ୍ଷା ବାହିନୀ ଦ୍ୱାରା ଗୁଳି ଚଳାଇବା ବିଷୟରେ ମଧ୍ୟ ସୂଚନା ରହିଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି । ପୂର୍ଣ୍ଣିଆର ଧମଦାହା ବିଧାନସଭାର ଆଲିଗଞ୍ଜସ୍ଥିତ ବୁଥ୍ ନମ୍ବର ୨୮୨ରେ ଶାନ୍ତିପୂର୍ଣ୍ଣ ମତଦାନ ·ଲିଥିଲା । ସେଠାରେ ଭୋଟରଙ୍କ ଲାଇନ ଲାଗିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଏହି ସମୟରେ ଜଣେ ସିଏସଏଫ ଯବାନ ଜଣେ ଭୋଟରଙ୍କୁ ସିଧା ଲାଇନ୍ରେ ଠିଆ ହେବାକୁ କହି ଲାଠିରେ ମାଡ଼ ମାରିଥିଲେ ଯାହାପରେ ବିବାଦ ବଢ଼ିଥିଲା । ଚାହୁଁ ଚାହୁଁ ଭୋଟରମାନେ ଶୀଘ୍ର ସୁରକ୍ଷା ବାହିନୀ ଉପରେ ଭାରି ପଡ଼ିଥିଲେ । ଏହା ପରେ ସୁରକ୍ଷା ବଳ ବିରୋଧକୁ ଶାନ୍ତ କରିବା ପାଇଁ ମୃଦୁ ଲାଠିଚାର୍ଜ କରିବା ଆରମ୍ଭ କରିଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀମାନେ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ । ୪ରୁ ୫ ରାଉଣ୍ଡ ଗୁଳି ଚଳାଇବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଏହି ସମୟରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା । ତିନି ଜଣ ଗ୍ରାମବାସୀଙ୍କୁ ଗିରଫ କରାଯିବା ପରେ ଗ୍ରାମବାସୀ ଭୋଟ୍ ବର୍ଜନ ଘୋଷଣା କରିଥିଲେ । ଗିରଫ ଗ୍ରାମବାସୀ ମୁକ୍ତ ନହେବା ପର୍ଯ୍ୟନ୍ତ ସେମାନେ ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.