କରୋନା ସଙ୍କଟ ମଧ୍ୟରେ ପ୍ରଥମ ସାଟେଲାଇଟ ଲଞ୍ଚ କଲା ଇସ୍ରୋ

0 71

ନୂଆଦିଲ୍ଲୀ, ୭ ।୧୧: ଆନ୍ଧ୍ର ଶ୍ରୀହରିକୋଟାରେ ଇତିହାସ ରଚିଛି ଇସ୍ରୋ । କରୋନା ସଙ୍କଟ ମଧ୍ୟରେ ଇସ୍ରୋ ପକ୍ଷରୁ ଶନିବାର ଅପରାହ୍ନରେ ପ୍ରଥମ ସ୍ୟାଟେଲାଇଟ ଲଞ୍ଚ କରାଯାଇଛି । ଆଜି ଅପରାହ୍ନ ୩.୧୨ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ପିଏସ୍ଏଲ୍ଭିସି ୪୯ ରକେଟରେ ୧୦ଟି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ଏଥିରେ ଭାରତର ଇଓଏସ୍-୦୧ ସହ ବିଦେଶର ୯ଟି ଉପଗ୍ରହ ରହିଛି । ଏହି ଐତିହାସିକ ଉତକ୍ଷେପଣ ପରେ ଇସ୍ରୋ ମୁଖ୍ୟ ସତୀଶ ଧୱନ କହିଛନ୍ତି, ଏହି ମିଶନ ଆମକୁ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଇଞ୍ଜିନିୟର ଓ ଲ୍ୟାବ ଟେକ୍ନିସିଆନ ଏକାଠି କାମ କରିଛନ୍ତି । କରୋନା ସଙ୍କଟ ମଧ୍ୟରେ ଏହା ଆମର ପ୍ରଥମ ଲଞ୍ଚ । ଆମେ ସବୁ ପ୍ରକାରର ସତର୍କତାର ସହ ଏହାକୁ ଲଞ୍ଚ କରିଛୁ । ଏହା ସଫଳତାର ସହ ଶେଷ ହୋଇଥିବାରୁ ଦୀପାବଳୀର ଖୁସିକୁ ଦୁଇ ଗୁଣିତ କରିଛି । ପ୍ରକୃତରେ ଏହି ଲଞ୍ଚ ଶନିବାର ଦିନ ୩ଟା ୨ରେ ହେବାର ଥିଲା । କିନ୍ତୁ ଆକାଶରେ ବିଜୁଳି ମାରିବାରୁ ଏହାକୁ ୧୦ ମିନିଟ୍ ଘୁଞ୍ଚା ଯାଇଥିଲା । ଶେଷରେ ୩.୧୨ରେ ଏହାକୁ ଲଞ୍ଚ କରାଯାଇଛି । ଲଞ୍ଚର ୧୫ ମିନିଟ୍ ପରେ ପିଏସ୍ଏଲ୍ଭିସି ୪୯ ପ୍ରାଥମିକ ପେଲଡରେ ସଂଯୋଗ ହୋଇଛି । ସେହିପରି ଇଓଏସ୍-୦୧ ଲୋ ଆର୍ଥ ଅରବିଟରରେ ଇଞ୍ଜେକ୍ଟ ହୋଇଛି । ୯ଟି ଯାକ ସ୍ୟାଟେଲାଇଟ ମଧ୍ୟ ଠିକଣା ସ୍ଥାନରେ ପହଞ୍ଚିଛି । ଏହାକୁ ମିଶାଇ ଇସ୍ରୋ ୩୨୮ ବିଦେଶୀ ସ୍ୟାଟେଲାଇଟ ମହାକାଶକୁ ପଠାଇଲାଣି । ପ୍ରାଥମିକ ଉପଗ୍ରହ ଇଓଏସ୍ ୦୧ ହେଉଛି ରାଡାର ଇମେଜିଙ୍ଗ ଉପଗ୍ରହ । ଏହା ଏକ ଉନ୍ନତ ରିସେଟ୍ ଯାହାର ସିନ୍ଥେଟିକ୍ ରାଡାର ଦ୍ୱାରା କାଳା ମେଘ ବାଦଲକୁ ଭେଦ କରି ସବୁ କିଛି ଦେଖିପାରିବ । ଦିନ କିମ୍ବା ରାତି ହେଉ କିମ୍ବା ପାଗ ଯାହା ବି ହେଉ, ଏହା ସବୁବେଳେ ନିଜର ପ୍ରଭାବ ଦେଖାଇ ପାରିବ । ଏହା କେବଳ ସାମରିକ ତଦାରଖରେ ସହାୟକ ହେବ ନାହିଁ ବରଂ ·ଷ, ଜଙ୍ଗଲ, ଭୂବିଜ୍ଞାନ ନୀରିକ୍ଷଣରେ ମଧ୍ୟ ସହାୟକ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.