ଆମେରିକା ରାଷ୍ଟ୍ରପତି ହେଲେ ବାଇଡେନ

0 69

ୱାଶିଂଟନ: କାମ ଦେଲାନି ଅବ କି ବାର୍‌ ଫିର ଟ୍ରମ୍ପ ସରକାର ନାରା। ଫେଲ ମାରିଲା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସବୁ ଗୋଟି ଚାଳନା। ଦୀର୍ଘ ୪ ଦିନର ଭୋଟ ଗଣତି ପରେ ଶେଷରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ବାଜିମାତ କରିଛନ୍ତି। ଏହାର ଅର୍ଥ ବାଇଡେନ ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ଆମେରିକାରେ ଆଜି ଯାଏ ଯେତେ ଥର ରାଷ୍ଟ୍ରପତି ନିର୍ବାଚନ ହୋଇଛି କେବେ ହେଲେ ଏଭଳି କାଣ୍ଟେକା ଟକ୍କର ଦେଖିବାକୁ ମିଳି ନଥିଲା। ହେଲେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଜୋରାଦାର ଟକ୍କର ହୋଇଥିଲା। ଏହି ଟକ୍କର ମଧ୍ୟରେ ଟ୍ରମ୍ପଙ୍କୁ ପଛରେ ପକାଇ ବାଇଡେନ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.