ରାଜ୍ୟରେ କରୋନାରେ ଆଉ ୧୫ ମୃତ୍ୟୁ

0 78

ଭୁବନେଶ୍ବର : ରବିବାର ରାଜ୍ୟରେ କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୨୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୫ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ସମ୍ବଲପୁର ଜିଲାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର, ବରଗଡ଼ ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, କଟକ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.