ଗଜପତିରୁ ୟୁ.ପି.କୁ ଗଞ୍ଜେଇ ଚାଲାଣ: ନାବାଳକ ସମେତ ୩ଗିରଫ

0 65

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଡବା ପୋଲିସ ଦ୍ୱାରା ଜବତ କରାଯାଇଛି । ଏହି ଘଟଣାରେ ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇଛି । ଘଟଣାରୁ ପ୍ରକାଶ, ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ ନଳାଘାଟ ଫାଣ୍ଡି ମାଣ୍ଡିମେରା ଅଞ୍ଚଳ ତଥା ଉଲିଆପଦା ଠାରେ ପୋଲିସର ପେଟ୍ରୋଲିଂ ସମୟରେ ଏକ ଅଟୋକୁ ସନ୍ଦେହ ଜନକ ଭାବେ ଅଟକାଇ ଯାଞ୍ଚ କରାଯାଇଥିଲା । ଏଥିରେ ପ୍ରାୟ ୫୮କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ୩ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଅଡବା ଥାନା ସୂତ୍ରରୁ ପ୍ରକାଶ ଯେ, ଜଣେ ନାବାଳକଙ୍କ ସମେତ ଅନ୍ୟ ଦୁଇଜଣ ଯଥା ଅରବିନ୍ଦ କୁମାର (୧୮) ଏବଂ ଶତପଥି ବିଷୋୟୀ (୨୪) ଏକ ଅଟୋରିକ୍ସା ଯୋଗେ ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ କରି ସେଠାରୁ ଉତ୍ତର ପ୍ରଦେଶକୁ ନେବାପାଇଁ ସ୍ଥିର କରି ଚାଲାଣ ବେଳେ ଧରାପଡିଥିଲେ । ଏନେଇ ଅଡବା ଥାନାରେ ୧୧୧/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ଅଧିକାରୀ ଉକ୍ରଳ ପ୍ରଧାନ ସୂଚନା ଦେଇଛନ୍ତି । ଏହାର ତଦନ୍ତ ଚନ୍ଦନ କୁମାର ଦାସ କରୁଥିବାର ଥାନା ସୂତ୍ରରୁ ପ୍ରକାଶ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ନାବାଳକଙ୍କୁ ଛାଡି ଅନ୍ୟ ୨ଜଣ ଚୋରା ଚାଲାଣକାରୀଙ୍କୁ ଗତକାଲି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.